ଆବାସ ଯୋଜନାରେ ଗୃହ ପ୍ରବେଶ ଅଭିଯାନ

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମ ପଞ୍ଚାୟତରେ ଆଜି ଆବାସ ଯୋଜନା ଗୃହ ପ୍ରବେଶ ଅଭିଯାନ ଆରମ୍ଭ ହୋଇଯାଇଛି। ୨୦୨୧/୨୨ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ପାଇଥିବା କପୁଣ୍ଡି ଗ୍ରାମ ପଞ୍ଚାୟତର ୧୫୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ହୋଇଥିବା ଘର ମଧ୍ୟରୁ ଆଜି ଚୁଟିଆପଶି ସ୍ଥିତ ସୁରେଶ କୁମାର ବେହେରା ଓ ନଳିନୀ ପ୍ରଭା ବାରିକଙ୍କର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଗୃହ ପ୍ରବେଶ କପୁଣ୍ଡି ସରପଞ୍ଚ ଅନିତା କୁସୁମୁଳିଆଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଲୋକନାଥ ନାଏକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଦୟନାଥ ସାହୁ,ସମିତି ସଭ୍ୟ ବିଜୟ କୁମାର ପାଇଦା, ଜିଓ ଟ୍ୟାଗ ତପନ କୁମାର ସେଠୀ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ବ୍ଲକ ଅଞ୍ଚଳର ୨୦ଟି ପଞ୍ଚାୟତରେ ୨୫ ଟି ନୂତନ ପ୍ରଧାନମନ୍ତ୍ରୀ ଆବାସରେ ଗୃହପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିପିଡିଓ ଅନ୍ତର୍ଯ୍ୟାମୀ ସେଠୀ , ବିପିସି ଯୋଗେଶ୍ୱର ମହାନ୍ତ, ବିଆରସି ଯଦୁମଣି ଜେନା ପ୍ରମୁଖ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟକ୍ରମ ମାନଙ୍କରେ ଉପସ୍ଥିତ ଥିଲେ।

Comments are closed.