www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଧ୍ୟାକରଣ ହେବେ ୩୦ ହଜାର କୁକୁର : ସଚେତନତା ସୃଷ୍ଟି କରିବ ଏନ୍‌ଜିଓ

ଭୁବନେଶ୍ବର : ବହୁ ପୁରାତନ ଯୁଗରୁ କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ରହିଛି। ପରିବେଶ ଭାରସାମ୍ୟ ନିମନ୍ତେ ସହରୀ ସଭ୍ୟତାରେ କୁକୁରଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ସମ୍ପତ୍ତି ସୁରକ୍ଷାରେ ମଧ୍ୟ ଏମାନେ ନିର୍ଣ୍ଣାୟକ ଭୂମିକା ନିଭାନ୍ତି। ହେଲେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବୁଲା କୁକୁରଙ୍କ କାମୁଡ଼ାରେ ପ୍ରତିବର୍ଷ ହଜାର ହଜାର ଲୋକ ଜଳାନ୍ତକ ରୋଗରେ ପୀଡ଼ିତ ହେଉଛନ୍ତି। ରାସ୍ତାଘାଟରେ ମାଳମାଳ କୁକୁର ବୁଲୁଥିବାରୁ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ଏଥିପାଇଁ ବିଏମ୍‌ସି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ହାତକୁ ନେଇଛି। ହେଲେ ଏମାନଙ୍କ ସଂଖ୍ୟା କମିବା ବଦଳରେ ବଢ଼ୁଥିବାରୁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଯୋଜନା ହୋଇଛି। କୁକୁର ବନ୍ଧ୍ୟାକରଣ ସହିତ ପ୍ରାଣୀଙ୍କୁ ବିଭିନ୍ନପ୍ରକାର ସହାୟତା ଦେବା ନିମନ୍ତେ ବିଏମ୍‌ସି ଏନ୍‌ଜିଓକୁ ଦାୟିତ୍ବ ଦେବାକୁ ଯୋଜନା ରଖିଛି।
ଭୁବନେଶ୍ବରରେ ୬୦ ହଜାର କୁକୁର ବୁଲୁଛନ୍ତି। ପ୍ରତି ମାସ ବିଏମ୍‌ସି ପାଖାପାଖି ୨୦୦ କୁକୁରଙ୍କ ବନ୍ଧ୍ୟାକରଣ କରୁଛି। ୫ମାସ ଭିତରେ ପ୍ରାୟ ହଜାର କୁକୁର ବନ୍ଧ୍ୟା ହେଉଛନ୍ତି। ବାକି ୫୯ ହଜାରରୁ ଅର୍ଦ୍ଧାଧିକ ମାଈ କୁକୁର ଥିବାରୁ ବଂଶବୃଦ୍ଧି କରୁଛନ୍ତି। ଏଣିକି ପ୍ରତି ମାସରେ ୫ଶହ କୁକୁରଙ୍କୁ ବନ୍ଧ୍ୟା କରିବାକୁ ବିଏମ୍‌ସି ଯୋଜନା କରିଛି। ଏହାସହିତ ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କୁ ସହାୟତା ଦେବା ନିମନ୍ତେ ମାସକୁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଏନେଇ ଏକ ଏନ୍‌ଜିଓକୁ ଦାୟିତ୍ବ ଦେବ ବିଏମ୍‌ସି। ଆସନ୍ତା ୫ ବର୍ଷରେ ୩୦ ହଜାର କୁକୁରଙ୍କ ବନ୍ଧ୍ୟାକରଣ କରାଯିବ। ଏହା ପରେ ସହିଦନଗର ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ୧୨୦କୁକୁର ରହିବା ବ୍ୟବସ୍ଥା ରହିଛି। ବିଏମ୍‌ସି ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, କୁକର ବନ୍ଧ୍ୟାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏନ୍‌ଜିଓର ସହାୟତା ନିଆଯିବ। ସେମାନେ କୁକୁରଙ୍କୁ ଦିଆଯାଉଥିବା ଖାଦ୍ୟ, କୁକୁର କାମୁଡ଼ିଲେ ହେଉଥିବା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଏହାସହିତ ପ୍ରାଣୀ ସହାୟତା ନିମନ୍ତେ ୪ଜଣ ଡାକ୍ତର ନିଯୁକ୍ତ ହେବେ‌ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
ମହାଭୋଇ ଶାସନ ବାସିନ୍ଦା କପିଳାସ ସାହୁ କହିଛନ୍ତି, ଗଳିକନ୍ଦିରେ ମାଳମାଳ କୁକୁର ବୁଲୁଛନ୍ତି। ବିଏମ୍‌ସି ବନ୍ଧ୍ୟାକରଣ କରୁଛି ବୋଲି କେବଳ ଘୋଷଣା କରୁଛି, କିନ୍ତୁ ବାସ୍ତବରେ କିଛି ଫରକ ପଡୁନାହିଁ। ରାସ୍ତାଘାଟ ଏପରିକି ଘର ଦୁଆରେ ମଳତ୍ୟାଗ କରି ଅପରିଷ୍କାର ପରିବେଶ ସୃଷ୍ଟି କରୁଛନ୍ତି। କୁକୁରଙ୍କ ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ମୃତ କୁକୁର ବହୁଦିନ ଧରି ପଡ଼ି ରହୁଛି। ଅଭିଯୋଗ କଲେ ମଧ୍ୟ ମୃତଦେହ ଉଠାଯାଉନି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories