www.samajalive.in
Sunday, December 7, 2025
15.1 C
Bhubaneswar

ମରାମତି ଅପେକ୍ଷାରେ ଏଡ୍‌ପୋଷ୍ଟ

ଭୁବନେଶ୍ବର : ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ୍‌ ପୁଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ହେଲେ ସେମାନଙ୍କ ବିଶ୍ରାମ ପାଇଁ କମିସନରେଟ ପୁଲିସ ପକ୍ଷରୁ ସେମିତି କିଛି ସ୍ବତନ୍ତ୍ର ସୁବିଧା କରାଯାଇ ନାହିଁ। ସହରର ବିଭିନ୍ନ ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ୧୨ଟି ଟ୍ରାଫିକ୍‌ ଏଡ୍‌ପୋଷ୍ଟ ନିର୍ମାଣ ହୋଇଥିଲା। ଫଣି ବାତ୍ୟା ସମୟରେ ଏହା କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଏବଂ ରସୁଲଗଡ଼ ଛକରେ ଥିବା ଏଡ୍‌ପୋଷ୍ଟ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଭଙ୍ଗାରୁଜା ଅବସ୍ଥାରେ ଏହି ଏଡ୍‌ପୋଷ୍ଟଗୁଡ଼ିକ ପ୍ରମୁଖ ଛକରେ ଥିବାରୁ ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ େହଉଛି।
ଟ୍ରାଫିକ୍‌ ପୋଷ୍ଟ ସମେତ ଏଡ୍‌ପୋଷ୍ଟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଫାଷ୍ଟଏଡ୍‌ ବକ୍ସ ରଖାଯିବା ନେଇ ଯୋଜନା ଥିଲା। ପ୍ରାୟ ସମସ୍ତ ପୋଷ୍ଟ ଭାଙ୍ଗି ନଷ୍ଟ ହୋଇଯିବା ଫଳରେ କେବଳ ଟ୍ରାଫିକ୍‌ ସିଗ୍‌ନାଲ ପୋଷ୍ଟରେ ଫାଷ୍ଟଏଡ୍‌ ବକ୍ସ ରହୁଛି। ତେବେ ହଠାତ୍‌ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହେଲେ ରାସ୍ତାକଡ଼ରେ ଆଶ୍ରୟ ନେଉଛନ୍ତି। ଫଳରେ ଟ୍ରାଫିକ୍‌ କର୍ମଚାରୀ ଅସୁବିଧାର ସମ୍ମୁଖୀନ େହଉଛନ୍ତି। ଖରାବର୍ଷା ହେଲେ ଆଶ୍ରୟ ନେବାପାଇଁ ଜାଗା ଖୋଜୁଛନ୍ତି। ଅପରପକ୍ଷରେ ଡ୍ୟୁଟି ପାଇଁ ଆସୁଥିବା ଟ୍ରାଫିକ୍‌ କର୍ମଚାରୀ ସେମାନଙ୍କ ହେଲ୍‌ମେଟ୍‌, ବ୍ୟାଗ୍‌ ଏବଂ ଜରୁରୀ କାଗଜପତ୍ରକୁ ଭଙ୍ଗା ଟ୍ରାଫିକ୍‌ଏଡ୍‌ ପୋଷ୍ଟରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଅନେକ ସମୟରେ ସେମାନଙ୍କ ବ୍ୟାଗ୍‌ ହେଲମେଟ୍‌ ଆଦି ଚୋରି ହୋଇଯାଉଛି। ନିକଟ‌େ‌ର ରସୁଲଗଡ଼ ଟ୍ରାଫିକ୍ ଏଡ୍‌ପୋଷ୍ଟରୁ ଜଣେ ଟ୍ରାଫିକ୍‌ କର୍ମଚାରୀଙ୍କ ହେଲ୍‌ମେଟ୍‌ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଖବର ମଧ୍ୟ ଆସିଥିଲା। ଭଙ୍ଗା ପୋଷ୍ଟ କାରଣରୁ ଏଥିରେ ତାଲା ମଧ୍ୟ ପଡୁନାହିଁ। ଯାହାର ଫାଇଦା ଉଠାଇ କିଛି ଦୁର୍ବୃତ୍ତ ରାତି ସମୟରେ ଏଠାରେ ନିଶା ସେବନ କରୁଛନ୍ତି।
ଏଡ୍‌ପୋଷ୍ଟର ମରାମତି ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଜଣାପଡ଼ିଛି। ଅପରପକ୍ଷରେ ଏନେଇ ଅଭିଯୋଗ କଲେ ଟ୍ରାଫିକ୍‌ ପୋ‌ଷ୍ଟକୁ ଡ୍ୟୁଟି ପାଇଁ ଯାଉଛ ନା ଆରାମ କରିବା ପାଇଁ ବୋଲି ଉତ୍ତର ଶୁଣିବାକୁ ପଡୁଛି ବୋଲି ଜଣେ ଟ୍ରାଫିକ୍‌ କର୍ମଚାରୀ କହିଛନ୍ତି। ଟ୍ରାଫିକ୍‌ କର୍ମଚାରୀ ଅନେକ ସମୟରେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗଙ୍କୁ ସହଯୋଗ କରି ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଟ୍ରାଫିକ୍‌ ଡିସିପି ଏବଂ ସାଧାରଣରେ ପ୍ରଂଶସାର ପାତ୍ର ହେବା ସହ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ସେମାନଙ୍କୁୁ ମୌଳିକ ସୁବିଧା ପ୍ରଦାନ କରିବାରେ କମିସନରେଟ ପୁଲିସ ଅବହେଳା ପ୍ରଦର୍ଶନ କରୁଛି।
ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର କହିଛନ୍ତି, ସହର ମଧ୍ୟରେ ଥିବା ଟ୍ରାଫିକ୍‌ ଏଡ୍‌ପୋଷ୍ଟ ମରାମତି ନେଇ ସର୍ଭେ କାର୍ଯ୍ୟ ସରିଛି। ସେଗୁଡ଼ିକର ମରାମତି କରାଯିବା ସହ ମୋଟ ୪୭ଟି ନୂତନ ଏଡ୍‌ପୋଷ୍ଟ ନିର୍ମାଣ ଯୋଜନା ରହିଛି। ଏନେଇ ବିଏମସି କମିସନର ଏବଂ ପରିବହନ କମିସନରଙ୍କୁ ନିକଟରେ ପ୍ରସ୍ତାବ ଦିଆଯାଇଛି େବାଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories