mission shakti banner

ଅନୁଗୁଳରେ ୧୨ ଘଣ୍ଟିଆ ବନ୍ଦ ଡାକରା

BSKY banner  750×100
0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଚାଲିଛି । ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତଃ ୪ ଦଫା ଦାବି ନେଇ ଜିଲା ବନ୍ଦ କରାଯାଉଛି । ତାଳଚେରରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚଳିତ ବର୍ଷଠାରୁ ସରକାରୀ ପରିଚାଳନାରେ କାର୍ୟ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ଓ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ କରିବା ଆଦି ଦାବିରେ କମିଟି ବନ୍ଦ ଡାକରା ଦିଆଯାଇଛି । ଅନୁଗୁଳର ହୁଲୁରିସିଙ୍ଗା, ମହିଧରପୁର, ଆଠମଲିକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇ ବନ୍ଦ ପାଳନ କରାଯାଉଛି । ରେଳ ଷ୍ଟେସନରେ ରେଳ ରୋକ କରାଯାଇଛି ଏବଂ ନାଲକୋ ଆଦି ବିଭିନ୍ନ  ଜାଗରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

Leave A Reply