www.samajalive.in
Sunday, December 7, 2025
26.1 C
Bhubaneswar

ମାଲେସିଆର ନୂଆ ରାଜା ଇବ୍ରାହିମ୍ , ସମ୍ପତ୍ତି ଶୁଣିଲେ ତାଜୁବ୍ ହୋଇଯିବେ…

ନୂଆଦିଲ୍ଲୀ: ୬୫ ବର୍ଷ ବୟସରେ ଜୋହରର ରାଜା  ଇବ୍ରାହିମ୍ ସ୍କନ୍ଦର ମାଲେସିଆରେ ସିଂହାସନ ଆରୋହଣ କରିଛନ୍ତି। ବୁଧବାର ଦେଶର ୧୭ତମ ରାଜା ଭାବରେ ଶପଥ ନେଇଛନ୍ତି। ଶପଥ ନେବା ପାଇଁ ସେ ନିଜର ବ୍ୟକ୍ତିଗତ ବିମାନରେ ଯାଇ ପହଁଞ୍ଚିଥିଲେ। ୧୯୫୭ ମସିହାରେ ମାଲେସିଆ ବ୍ରିଟେନରୁ ସ୍ବାଧୀନ ହେବା ପରଠାରୁ ନଅ ରାଜପରିବାରର ମୁଖ୍ୟ ମାନେ ପ୍ରତି ୫ ବର୍ଷରେ ରାଜା ହୁଅନ୍ତି। ମାଲେସିଆରେ ୧୩ଟି ରାଜ୍ୟ ଥିବାବେଳେ କେବଳ ୯ଟିରେ ରାଜ ପରିବାର ରହିଛି। ପେରାକ ରାଜ୍ୟର ଶାସକ ଏବଂ ସିଂହାସନର ପରବର୍ତ୍ତୀ ଉତ୍ତରାଧିକାରୀ ରାଜା ନାଜରିନ୍ ଙ୍କୁ ପୁର୍ନବାର ଉପ ରାଜା ଭାବରେ ଚୟନ କରାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଇବ୍ରାହିମଙ୍କ ନିକଟରେ ଆନୁମାନିକ ୫.୭ ବିଲିୟନ ଡଲାରର ସମ୍ପତ୍ତି ରହିଛି। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ , କ୍ୟାବିନେଟ୍ ସଦସ୍ୟ ଏବଂ ଅନ୍ୟ ରାଜପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ଇବ୍ରାହିମ୍ ଶପଥ ଗ୍ରହଣ କରିଛନ୍ତି।  ଦେଶର ଅନ୍ୟତମ ଧନୀ  ରାଜା ଇବ୍ରାହିମଙ୍କର ରିୟଲ ଇଷ୍ଟେଟ ଟେଲିକମ୍ ଏବଂ ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ ଏକ ବ୍ୟାପକ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ରାଜା ଇବ୍ରାହିମ ୟାଙ୍ଗ ଡି ପର୍ଟୁଆନ୍ ଆଗୋଙ୍ଗ ନାମରେ ମଧ୍ୟ ଜଣାଶୁଣା। ରାଜାଙ୍କର କେବଳ ଜରୁରୀକାଳୀନ ଘୋଷଣା ଏବଂ ଅପରାଧୀଙ୍କୁ କ୍ଷମା କରିବାର କ୍ଷମତା ରହିଛି। ଜେଟ୍ ବିମାନର ଜାହାଜ ବ୍ୟତୀତ ଇବ୍ରାହିମଙ୍କ ନିକଟରେ କାର୍ , ମୋଟର ସାଇକେଲ ସମେତ ବିଦେଶରେ ବହୁ ସମ୍ପତ୍ତି ରହିଛି। ଇବ୍ରାହିମଙ୍କ ପତ୍ନୀ ଜରିଥ୍ ସୋଫିଆ ଅନ୍ୟ ଏକ ରାଜପରିବାରର ହୋଇଥିବାବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ସେ ସ୍ନାତକ ହାସଲ କରିଛନ୍ତି। ସେ ଜଣେ ଜଣାଶୁଣା ଲେଖିକା ମଧ୍ୟ। ସୋଫିଆ ପିଲା ମାନଙ୍କ ପାଇଁ ବହୁ ପୁସ୍ତକ ଲେଖିଛନ୍ତି। ସୋଫିଆଙ୍କର ପାଞ୍ଚ ପୁଅ ଏବଂ ଜଣେ ଝିଅ ରହିଛନ୍ତି। ଇବ୍ରାହିମ୍ ଙ୍କ ପୁଅ ଟୁଙ୍କୁ ଇସମାଇଲ ତାଙ୍କର ଦିବଙ୍ଗତ ଦାଦାଙ୍କ ଭଳି ୨୦୦୩ ଜୁଲାଇ ମାସରେ ଡେରାଡୁନ୍ ସ୍ଥିତ ଆଇଏମଏ କ୍ୟାଡେଟ୍ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ। ୨୦୦୪ ଡିସେମ୍ବରରେ ଲେଫନାଣ୍ଟ ଭାବେ ଭାରତୀୟ ସେନାରେ ପ୍ରବେଶ କରିଥିଲେ। ୨୦୦୭ ଡିସେମ୍ବରରେ କ୍ୟାପଟେନ୍ ପଦରେ ପଦୋନ୍ନତି ପାଇଥିଲେ । ଟୁଙ୍କୁଙ୍କ ବାପା ଏବଂ ଦାଦା ମଧ୍ୟ ଆଇଏମଏରେ ପ୍ରଶିକ୍ଷଣ ନେଇଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories