www.samajalive.in
Saturday, December 6, 2025
17.1 C
Bhubaneswar

‘ସମାଜ’ ପ୍ରଭାବ ; ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଫୁଲବାଣୀ :ଫୁଲବାଣୀ ସହରର ମୁଖ୍ୟ ରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ବଜାରର ଏକ ଚାହା ଦୋକାନ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ଗତ ୧୧ ତାରିଖ ଦିନ ଦୈନିକ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶିତ ପରେ ଏହାକୁ ନେଇ ବିଦ୍ୟୁତ୍‌ ବିଭାଗ ଗୁରୁତର ସହିତ ଗ୍ରହଣ କରିଛି। ଖବର ପ୍ରକାଶ ପରେ କଟକ ଜିଲା ଆଠଗଡ଼ ଅଞ୍ଚଳର ଯୁବ ସମାଜସେବୀ ବିଶ୍ୱ ରଂଜନ ନାୟକ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ମଧ୍ୟ କରିଥିଲେ। ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପ୍ରକାରେ ଫୁଲବାଣୀ ବିଦ୍ୟୁତ୍‌ ବିଭାଗ ତୁରନ୍ତ ଉକ୍ତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଖୁଣ୍ଟ ନିକଟରେ ଏକ ନୂତନ ଖୁଣ୍ଟ ସ୍ଥାପନ କରିଥିବାର ଦେଖାଯାଇଛି। ତୁରନ୍ତ କାର୍ଯ୍ୟକାରୀ ଯୋଗୁଁ ଅଞ୍ଚଳର ବ୍ୟବସାୟୀମାନେ ମଧ୍ୟ ବିଭାଗକୁ ସାଧୁବାଦ ଦେବା ସହିତ ଦୈନିକ ଖବରକାଗଜ ‘ସମାଜ’ ଓ ଯୁବ ସମାଜସେବୀଙ୍କୁ ସାଧୁବାଦ ଜଣାଇଛନ୍ତି। ନୂତନ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦାବି ହୋଇଛି।

ଖୁବ୍‌ ଖାସ୍‌ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..

- Advertisement -

 

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories