www.samajalive.in
Saturday, December 6, 2025
17.1 C
Bhubaneswar

ନାଳ ପାଣିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅଚିର ବୃକ୍ଷରୋପଣ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ କୋଳିଥିଗାଁ ପଞ୍ଚାୟତକୁ ବାହ୍ୟ ମଳମୁକ୍ତ ଗାଁ ସହ ଗାଁରୁ ବାହାରୁଥିବା ଅଳିଆ ସମୂହକୁ ବ୍ୟବସ୍ଥାପକ ଢଙ୍ଗରେ ବ୍ୟବହୃତ କରିବା ଲକ୍ଷ୍ୟ ନେଇ ପାଇଲଟ ଗ୍ରାମ ଭାବେ ଚିହ୍ନଟ କରାଯାଇ ଗାଁରେ ରହିଥିବା ନାଳରେ ଉଭୟ କଡ଼ରେ ଅଚିର ଗଛ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଗଛ ନାଳରେ ପ୍ରବାହିତ ହେଉଥିବା ଓ ଜମା ହେଉଥିବା ସ୍ଥାନରେ ଦୂଷିତ ଜଳକୁ ପ୍ରଦୂଷଣ ମୁକ୍ତ କରିବା ସହିତ ପରିବେଶକୁ ଅମ୍ଳଜାନ ପ୍ରଦାନ କରିବ। ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଜଗମୋହନ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପରିମଳ ବିଶେଷଜ୍ଞ ଯଜାତି ପାତ୍ର, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସମସ୍ତ ପଞ୍ଚାୟତ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଏହି ପଞ୍ଚାୟତକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଗଢି ତୋଳିବା ସହ ପାଇଖାନା ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଘରୁ ବାହାରୁଥିବା ଅଳିଆକୁ ପଞ୍ଚାୟତ ପକ୍ଷରୁ ଗାଡି ବ୍ୟବହାର କରାଯାଇ ଆଦାୟ କରାଯାଇ ସେଗୁଡ଼ିକର ଉଚିତ ବ୍ୟବହାର କରିବା ଆଦି ଲକ୍ଷ୍ୟ ରଖାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories