www.samajalive.in
Tuesday, December 9, 2025
15.1 C
Bhubaneswar

କପି ରୋକିବା ପାଇଁ ରାଜ୍ୟରେ ୧୦ ଘଣ୍ଟା ଇଣ୍ଟରନେଟ୍‍ ସେବା ବନ୍ଦ

ଜୟପୁର : ରାଜସ୍ଥାନରେ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ କପି ରୋକିବ ପାଇଁ ରାଜ୍ୟ ବ୍ୟାପୀ ସକାଳ ୮ରୁ ସନ୍ଧ୍ୟା ୬ଟା (୧୦ ଘଣ୍ଟା) ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଥିଲା। ରାଜ୍ୟର ୬୬୪ଟି କେନ୍ଦ୍ରରେ ପ୍ରାୟ ୧୫ ଲକ୍ଷ ଆଶାୟୀ ପରୀକ୍ଷା ଦେଇଛନ୍ତି। କପି ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ ଫୁଲ ହାତ ସାର୍ଟ ଓହ୍ଲାଇବାକୁ କୁହାଯାଇଥିଲା। ବଲ୍‍ପେନ ବ୍ୟତୀତ ଅନ୍ୟ କୌଣସି ପେନ୍‍ ନେଇଯିବାକୁ ଅନୁମତି ଦିଆଯାଇନଥିଲା। ସେହିପରି କେନ୍ଦ୍ର ବାହେରେ ଜୋତା ଖୋଲିବାକୁ କୁହାଯାଇଥିଲା। କଡ଼ା ଯାଞ୍ଚ ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ମଧ୍ୟକୁ ଯିବାକୁ ଦିଆଯାଇଥିଲା। ସାଦୁଲପୁରରେ ୩ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ସେମାନେ ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିବାବେଳେ ଧରାପଡିଛନ୍ତି। ଜୟପୁର ସହରରେ ୨୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। କେତେକ କ୍ଷେତ୍ରରେ ପରୀକ୍ଷାର୍ଥୀଙ୍କ ସାର୍ଟ ହାତ କାଟି ଦିଆଯାଇଥିଲା। ବିକାନେରରେ ହୋଟେଲ, ଧର୍ମଶାଳା ଓ ଅନ୍ୟାନ୍ୟ ସ୍ଥାନରେ ଚଢଉ କରି ଯାଞ୍ଚ କରାଯାଇଛି ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଇଛି। ରବିବାର ବି ଏହି ପରୀକ୍ଷା ଜାରି ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories