ଜାଣନ୍ତୁ ପେଟ ଗରମକୁ ଥଣ୍ଡା କରିବାର ସହଜ ଉପାୟ

0

ଦୈନନ୍ଦିନ ଜୀବନରେ ଆମେ ସାଧାରଣତଃ ଏକ ସାମାନ୍ୟ କଥାରେ ଧ୍ୟାନ ଦେଇ ନ ଥାଉ , ଯାଦ୍ୱାରା ଆମର ବହୁ କ୍ଷତି ହୋଇଥାଏ। ଯେପରି ଆମେ ସଠିକ ଭାବେ ପାଣି ନ ପିଇବାରୁ ପେଟ ଗରମ ହୋଇଥାଏ ଓ ବିଭିନ୍ନ ରୋଗ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ କେତେକ ଘରୋଇ ଉପାୟ ଅବଲମ୍ବନ କରିବା।
ପାଣି – ପ୍ରତିଦିନ ପ୍ରଚୁର ପରିମାଣରେ ୬ ରୁ ୮ ଲିଟର ପାଣି ପିଇବା ଉଚିତ।
ଲେମ୍ବୁ – ପ୍ରତିଦିନ ଲେମ୍ବୁକୁ ସରବତ କରି ପିଇବା ଦ୍ୱାରା ମଧ୍ୟ ପେଟ ଥଣ୍ଡା ହୋଇଥାଏ।
ପଇଡ଼ ପାଣି – ପଇଡ଼ ପାଣି ଶରୀର ପାଇଁ ଖୁବ ଉପକାରୀ ଅଟେ। ଏହାର ବହୁ ଉପକାରୀ ଗୁଣ ରହିଛି। ତେଣୁ ଏହାକୁ ନିୟମିତ ପିଇବା ମଧ୍ୟ ଉପକାରୀ ଅଟେ।
ତୋରାଣି – ତୋରାଣିରେ ଅଳ୍ପ ଲୁଣ ପକାଇ ଏହାକୁ ପିଇଲେ ଏହା ପେଟକୁ ଥଣ୍ଡା ରଖେ।
ପଖାଳ – ୨ ଦିନକୁ ଥରେ ପଖାଳ ଖାଇବା ଦ୍ୱାରା ମଧ୍ୟ ପେଟ ଥଣ୍ଡା ରହିଥାଏ।
ଘୋଳ ଦହି – ନିୟମିତ ଘୋଳ ଦହି ପିଇଲେ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।
ଖରାରୁ ଆସି ତୁରନ୍ତ ଥଣ୍ଡା ପାଣି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ପେଟ ଅଧିକ ଗରମ ହୋଇଥାଏ।

kalyan agarbati
Leave A Reply