www.samajalive.in
Monday, December 15, 2025
17.1 C
Bhubaneswar

ଅମାନିଆ ଏବେ ବି ବୋଲ ମାନୁ ନାହାନ୍ତି- ସଚେତନତା ବାର୍ତା ଦେଲେ କୁନି କୁନି ଛାତ୍ର ଛାତ୍ରୀ

କଲମପୁର – ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଜାରି ରହିଛି ଦୁର୍ଘଟଣା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ । ପ୍ରତ୍ୟେକ ଛକରେ ପୁଲିସର କଡା ଯାଂଚ ।   ହେଲେ ଅମାନିଆ ଏବେବ ବି ବୋଲ ମାନୁ ନାହାନ୍ତି

ଶନିବାର ଦିନ କଲମପୁର ପୁଲିସ ଥାନାର ସହଯୋଗରେ ଦ୍ରୋଣ·ର୍ଯ୍ୟ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ମାନିବା, ବାଇକ ·ଳକ ହେଲମେଟ ଓ ·ରି ଚକିଆ ଯାନ ·ଳକ ମାନେ ସିଟବେଲ୍ଟ ବାନ୍ଧିବା ସହ ଡ୍ରାଇଭିଂ ସମୟରେ ମଦ୍ୟପାନ ନକରିବା ଆଦି ନେଇ ସଚେତନ କରାଇଥିଲେ । ଏହାସହ ଟ୍ରାଫିକ ନିୟମର ପ୍ରତ୍ୟେକ ପ୍ରତୀକ ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ । ସଡକ ସୁରକ୍ଷାର ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର କଲମପୁର ସହର ପରିକ୍ରମା କରିଥିଲେ । କଲମପୁର ଥାନାର ଏ.ଏସ.ଆଇ ଶେଖର ଜେନାଙ୍କ ଉପସ୍ତିତିରେ ବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମିନ୍ଦିର ସମ୍ମୁଖରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଶ୍‌ରୀ ଜେନା କଲମପୁର ପୁଲିସ ଥାନାରେ ଯୋଗଦାନ ଦେବାର ମାତ୍ର ଅଳ୍ପ ଦିନ ମଧ୍ୟରେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ହାନୀ ହେଇଥିବା କହିବା ସହ ସେମାନେ ଯଦି ହେଲମେଟ ପରିଧଆନ କରିଥାନ୍ତେ ତେବେ ସେମାନଙ୍କ ଜୀବନ ଅକାଳରେ ·ଲିଯାଇନଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ତେଣୁ କୁନି କୁନି ଛାତ୍ର ଛାତ୍ରୀ ମାନେ ଲୋକଙ୍କୁ ହେଲମେଟ ପିନ୍ଧିବା ଓ ସିଟବେଲ୍ଟ ବାନ୍ଧିବା ନେଇ ଅନୁରୋଧ କରୁଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories