ଅମ୍ବାନୀଙ୍କ ପୁଅ ପିନ୍ଧୁଛନ୍ତି ୧୮ କୋଟି ଟଙ୍କାର ଘଣ୍ଟା, ବ୍ୟାଗର ଦାମ୍ ଏତେ ଅଧିକ

ଅମ୍ବାନୀ ପରିବାର ଶୁଭାରମ୍ଭ କରିଥିବା ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’(ଏନ୍ଏମ୍ଏସିସି) ଉଦ୍ଘାଟନୀ ଉତ୍ସବରେ ପୂରା ବିଶ୍ବରୁ ଜଣାଶୁଣା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମଗ୍ର ବିଶ୍ବ ଗଣମାଧ୍ୟମରେ ଏହି ଖବରଟି ଦୃଷ୍ଟି ଆକର୍ଷଣ କରିଛି। ସିନେତାରକା, ଶିଳ୍ପପତି ସମସ୍ତଙ୍କ ଭିଡ଼ ଏଠି ଦେଖିବାକୁ ମିଳିଲା। ସମସ୍ତେ ନାମୀଦାମୀ ଡିଜାଇନର ପୋଷାକ ପିନ୍ଧି ସେଠାକୁ ଆସିଥିଲେ। ଅମ୍ବାନୀ ପରିବାର ବି ଏଥିରୁ ବାଦ୍ ପଡ଼ିନଥିଲେ।
ସବୁଠୁ ଅଧିକ ଚର୍ଚ୍ଚାକୁ ଅମ୍ବାନୀ ଘରର ସାନ ପୁଅ ଅନନ୍ତ ଓ ତାଙ୍କ ଭାବୀ ପତ୍ନୀ ରାଧିକା ଆସିଛନ୍ତି। ଅନନ୍ତ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ଘଣ୍ଟା ପିନ୍ଧିଥିଲେ, ଯାହାର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ। ରାଧିକା ହର୍ମେସ୍ ବ୍ରାଣ୍ଡର କୁନି ବ୍ୟାଗ୍ ଧରିଥିଲେ, ଯାହା ୨କୋଟି ଟଙ୍କା ମୂଲ୍ୟର ବୋଲି ଜଣାପଡ଼ିଛି। ମଜାର କଥା ହେଉଛି, ରାଧିକାଙ୍କ ଏଇ କୁନି ବ୍ୟାଗ୍ରେ ଗୋଟିଏ ଛୋଟ ଲିପ୍ଷ୍ଟିକ୍ ହିଁ ଜାଗା ହୋଇପାରିବ, ଅନ୍ୟ କିଛି ରଖିବାକୁ ବ୍ୟାଗ୍ରେ ସ୍ଥାନ ଅଭାବ। ଏହା ସତ୍ତ୍ବେ ବ୍ୟାଗ୍ର ଦାମ୍ ୨କୋଟି ଟଙ୍କା।
Comments are closed.