ଝିଅ ବାହାଘରରେ ଖର୍ଚ କରିଥିଲେ ୫ଶହ କୋଟି ଟଙ୍କା: ଏବେ ଦେବାଳିଆ, ମୁଣ୍ଡ ଉପରେ ୨୪ ହଜାର କୋଟି ଟଙ୍କା ଋଣ
![](https://samajalive.in/wp-content/uploads/2020/10/pramod-mittal-750x430.jpg)
ଲଣ୍ଡନ: ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ଏକଦା ଥିଲେ ବିଶ୍ଵର ଅନ୍ୟତମ ଧନୀ । ନିଜ ଝିଅ ବାହାଘରରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ କରିଥିଲେ । ମାତ୍ର ଏବେ ତାଙ୍କ ମୁଣ୍ଡ ଉପରେ ୨୪ ହଜାର କୋଟି ଟଙ୍କାର କରଜ । ଋଣ ପରିଶୋଧ କରିବାକୁ ତାଙ୍କ ପାଖରେ ଅର୍ଥ ନାହିଁ । ଏବେ ସେ ଦେବାଳିଆ ହୋଇ ଯାଇଛନ୍ତି ।
ଏକ ସମୟ ଥିଲା ଯେତେବେଳେ ପ୍ରମୋଦ ମିତ୍ତଲ ତାଙ୍କ ଝିଅକୁ ଗୁଲରାଜ ବାହଲଙ୍କ ସହ ବିବାହ କରିଥିଲେ। ୨୦୧୩ ମସିହାରେ ଏହି ବିବାହରେ ପ୍ରମୋଦ ମିତ୍ତଲ ଭାରତୀୟ ମୁଦ୍ରାରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ କରିଥିଲେ। ପ୍ରମୋଦ ମିତ୍ତଲଙ୍କ ଅନୁଯାୟୀ ତାଙ୍କର ବର୍ତ୍ତମାନ ସମ୍ପତ୍ତି ୧.୧ ଲକ୍ଷ ପାଉଣ୍ଡ ବା ୧.୫ କୋଟି ଟଙ୍କା ରହିଛି। ଏହାମଧ୍ୟରେ ୭୦୦୦ ପାଉଣ୍ଡ ମୂଲ୍ୟର ଅଳଙ୍କାର, ଦିଲ୍ଲୀରେ ୬୬୬୬୯ ପାଉଣ୍ଡ ମୂଲ୍ୟର ଜମି ରହିଛି। ସେ ତାଙ୍କର ୯୪ ବର୍ଷିୟ ପିତାଙ୍କୁପ୍ରାୟ ୧୬ ବିଲିୟନ ୨୭ କୋଟି), ତାଙ୍କ ପତ୍ନୀ ସଙ୍ଗୀତାଙ୍କୁ ୧୧ଲକ୍ଷ ପାଉଣ୍ଡ , ପୁଅ ଦିବ୍ୟାଂଶଙ୍କୁ୨.୪ ନିୟୁତ ପାଉଣ୍ଡ ଦେବାକୁ ବାକି ଅଛି।
୧୪ ବର୍ଷ ପୂର୍ବରୁ ପ୍ରମୋଦ ବୋସନିଆ କୋକ୍ କମ୍ପାନୀର ଗ୍ୟାରେଣ୍ଟର ହୋଇଥିଲେ । ସେବେଠାରୁ ତାଙ୍କର ସମସ୍ୟା ବଢ଼ିବଢ଼ି ଚାଲିଛି । ଜୁନ୍ ୨୦୨୦ ରେ ପ୍ରମୋଦ ମିତ୍ତଲଙ୍କ ବିରୋଧରେ କୋର୍ଟ ଦେବାଳିଆ ଘୋଷଣା କରିଥିଲେ । ତାଙ୍କ ଉପରେ ଏବେ ୧୩୯୭୮୬୬୫୬ ପାଉଣ୍ଡ ଅର୍ଥାତ୍ ୧୪ ହଜାର କୋଟି ଟଙ୍କାର ଋଣ ଓ ୧୦ ହଜାର କୋଟି ଟଙ୍କାର ସୁଧ ଗଡ଼ୁଛି । ଅନ୍ୟପକ୍ଷରେ ତାଙ୍କର ବଡ଼ଭାଇ ଲକ୍ଷ୍ମୀନିୱାସ ମିତ୍ତଲ ତାଙ୍କୁ ଏ କ୍ଷେତ୍ରରେ ସହାୟତା କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି । ପୂର୍ବରୁ ଦୁଇଟି ଠକେଇ ମାମଲାରେ ପ୍ରମୋଦଙ୍କ ଲାଗି ଲକ୍ଷ୍ମୀନିବାସ ୮୪ କୋଟି ଟଙ୍କା ଦେଇ ଅଦାଲତରେ ଦାଖଲ କରିଥିଲେ। ସେହିପରି ଦ୍ବିତୀୟ ଘଟଣାରେ ଲକ୍ଷ୍ମୀନିୱାସ ୯୨ କୋଟି ଟଙ୍କ ପଇଠ କରିଥିଲେ । ମାତ୍ର ବାରମ୍ବାର ପ୍ରମୋଦ ବିଭିନ୍ନ ଅନିୟମିତତା କରୁଥିବାରୁ ଲକ୍ଷ୍ମୀନିୱାସ ତାଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି ।
Comments are closed.