www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତା ୨୬ରୁ ୨୮ ବୌଦ୍ଧରେ ରାଜ୍ୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା

ବୌଦ୍ଧ : ବୌଦ୍ଧଜିଲ୍ଲା କ୍ରିଡା ସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସର୍କିଟହାଉସ ଠାରେ ସଂଘର ସଭାପତି ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଜିଲ୍ଲାର ଖେଳାଳୀମାନଙ୍କ ଭବିଷ୍ୟତ ଗଠନ ଦିଗରେ ଜିଲ୍ଲା କ୍ରିଡା ସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତ କର୍ମକର୍ତ୍ତା ନିଷ୍ଠାର ସହିତ ଏଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ପ୍ରାରମ୍ଭରେ କ୍ରିଡା ସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିବା ସହିତ ରାଜ୍ୟ ସଂଘ ପକ୍ଷରୁ ସ୍ୱଳ୍ପ ଅନୁଦାନ ମିଳୁଥିବାବେଳେ ଅନେକ ସମସ୍ୟା ଦେଇ ଜିଲ୍ଲା କ୍ରିଡା ସଂଘ ଗତି କରୁଥିବା ପ୍ରକାଶ କରିଥିଲେ। ତେବେ ସବୁ ସମସ୍ୟା ମଧ୍ୟରେ  ଜିଲ୍ଲାର ଖେଳାଳୀମାନଙ୍କୁ ରାଜ୍ୟସ୍ତରୀୟ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପଠାଇବାରେ ଜିଲ୍ଲା କ୍ରିଡା ସଂଘ ତାର ପ୍ରମୁଖ ଦାୟିତ୍ୱରେ କୌଣସି ଅବହେଳା କରିନାହିଁ ବୋଲି ଶ୍ରୀରାଉତ ସୂଚନା ଦେଇଥିଲେ। କ୍ରିଡା ସଂଘ ନାମରେ ଥିବା ୨.୬୪ ଏକର ଜମି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଗାଇଦିଆଯାଇଥିବାବେଳେ  ଜିଲ୍ଲା କ୍ରିଡା ସଂଘ ପରିଚାଳନା ପାଇଁ ଷ୍ଟାଡିୟମ ମଧ୍ୟରେ ଏକ ଅଫିସ ଗୃହ ଯୋଗାଇଦେବା ସହ ଷ୍ଟାଡିୟମକୁ ସମସ୍ତ ଖେଳ ଉପଯୋଗୀ କରିବା ପାଇଁ ବୈଠକରେ ଶ୍ରୀରାଉତ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ ଭାବରେ ଷ୍ଟାଡିୟମ ମଧ୍ୟରେ ନବନିର୍ମିତ ସନ୍ତରଣାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କଲେ ଜିଲ୍ଲାର ଖେଳାଳୀମାନେ ଉପକୃତ ହୋଇପାରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଜିଲ୍ଳାରେ ଯେତିକି କ୍ରିଡାର ଭିତିଭୂମି ରହିଛି ତାହାର ଉପଯୋଗ କରି ଖେଳାଳୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରିଡା ସଂଘର ସଭାପତି ବୈଠକରେ ଗୁରୁତ୍ୱାରୋପ କରିବା ସହ  ଜିଲ୍ଳା କ୍ରିଡା ସଂଘ ପକ୍ଷରୁ ସମସ୍ତ ଖେଳର ଆୟୋଜନ ପାଇଁ ବାର୍ଷିକ କ୍ରିଡା ଖସଡା ପ୍ରସ୍ତ୍ୁତ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଳାର ସମସ୍ତ ହାଇସ୍କୁଲର କ୍ରିଡା ଶିକ୍ଷକମାନଙ୍କ ଏକ ବୈଠକ ଡାକି ବିଦ୍ୟାଳୟ କ୍ରିଡାକୁ ଅଧିକ ଗତିଶୀଳ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ କ୍ରିଡା ଅଧିକାରୀଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି କଲେଜସ୍ତରରେ କ୍ରିଡାଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କ୍ରିଡାରେ ଜିଲ୍ଲାରୁ ଉପଯୁକ୍ତ ପ୍ରତିନିଧିତ୍ୱ ହେଉନଥିବା ଏବଂ ନୋଡାଲ କଲେଜ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ କ୍ରିଡା ବିଭାଗ ଠିକ୍ରେ କାର୍ଯ୍ୟକରୁନଥିବା ନେଇ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା। ତେବେ ଜିଲ୍ଲା କ୍ରିଡା ସଂଘକୁ ଅଧିକ କ୍ରିୟାଶୀଳ କରିବା ସହିତ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଖେଳାଳୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ବୈଠକରେ ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ର ମତପ୍ରକାଶ କରିଥିଲେ। ଆସନ୍ତା ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭଲିବଲ ସଂଘ ପକ୍ଷରୁ ଜିଲ୍ଳା କ୍ରିଡା ସଂଘ ସହାୟତାରେ ତିନିଦିନ ଧରି ବୌଦ୍ଧଠାରେ ରାଜ୍ୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା ଆୟୋଜନ କରାଯାଉଥିବାବେଳେ ଏହାକୁ ସୁପରିଚାଳନା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଜିଲ୍ଳାରୁ ଦୁଇଶହରୁ ଉଦ୍ଧ୍ୱର୍ ଖେଳାଳୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବାବେଳେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା ସହ ଖେଳର ଅନ୍ୟାନ୍ୟ ସୁବିଧା କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଶୃଙ୍ଖଳାର ସହିତ ପ୍ରତିଯୋଗିତା ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଜିଲ୍ଳା କ୍ରିଡା ସଂଘର କୋଷାଧ୍ୟକ୍ଷ ଶିବନାରାୟଣ ଦାସ ଓ କାର୍ଯ୍ୟକାରୀ ସଦସ୍ୟ ପ୍ରଦତ କୁମାର ଭୋକ୍ତାଙ୍କ ଅକାଳ ବିୟୋଗ ଘଟିଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସହସମ୍ପାଦକ ମୃତ୍ୟୁଞ୍ଜୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories