www.samajalive.in
Sunday, December 14, 2025
26.1 C
Bhubaneswar

ବିସ୍ଥାପିତ ଏବଂ ଜମିହରା କର୍ମଚାରୀଙ୍କୁ ଛଟେଇକୁ କେନ୍ଦ୍ର କରି ଉତ୍ତେଜନା ; ଅଦାନୀ ଅଫିସରେ ଭଙ୍ଗାରୁଜା ଏବଂ ମାଡପିଟ୍ 

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ର ଖିଣ୍ଡା ପୋଞ୍ଚାୟତରେ ଥିବା ଏନ୍.ଏଲ୍.ସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣି ରେ ନିଯୁକ୍ତି ହୋଇଥିବା ପ୍ରକଳ୍ପ ବିସ୍ଥାପିତ ଏବଂ ଜମିହରା ପରିବାରର ୪୭ ଜଣ କର୍ମଚାରୀଙ୍କୁ ଛଟେଇ କରିଦେବା ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇ କୋଇଲା ଖଣି ମାଇନିଂ ଏବଂ ଅପରେଟିଂ କରୁଥିବା ଅଦାନୀ କମ୍ପାନୀର ଅଫିସରେ ଭଙ୍ଗା ରୁଜା ଏବଂ ମାଡପିଟ ହୋଇଥିବାର ପ୍ରକାଶ। ଭଙ୍ଗାରୁଜା ଓ ମାଡପିଟ ବ୍ୟତୀତ ଛଟେଇର ପ୍ରତିବାଦରେ ଲୋକେ ଆଜି କୋଇଲା ଖଣିର କୋଇଲା ଖନନ ଏବଂ ଅତ୍ତୋଳନ କାମବନ୍ଦ କରାଇ ଆନ୍ଦଳନ ଚଲାଇଥିବାର ଜଣାପଡିଛି।

ସୂଚନାରୁ ପ୍ରକାଶ ଯେ, ତଲବିରା (୨) ଏବଂ (୩) କୋଇଲା ଖଣି ଏନ୍.ଏଲ୍.ସି ନାମରେ ଥିଲେ ମଧ୍ୟ ଏହାର ମାଇନିଂ କାମ ଅଦାନୀ କମ୍ପାନୀ ଦ୍ୱାରା କରାଯାଉଛି। ଅଦାନୀ କମ୍ପାନୀ ଅଧିନରେ ପୁଣି ବହୁ ସଂଖ୍ୟକ ଠିକା ସଂସ୍ଥା ମାଇନିଂ ଏବଂ ଅପରେଟିଂ କାମ କରୁଛନ୍ତି। କୋଇଲା ଖଣି ଯୋଗୁଁ ବିସ୍ଥାପିତ, ଜମିହରା ଏବଂ ପ୍ରଭାବିତ ପରିବାରର ବେକାର ଯୁବକ ମାନଙ୍କୁ ବିଭିନ୍ନ ଠିକା ସଂସ୍ଥା ମାନଙ୍କ ରେ ନିଯୁକ୍ତି ଦିଆଯାଇଛି। କେଜରିଓାଲ୍ ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିବା ଖଣି ବିସ୍ଥାପିତ, ଜମିହରା, କ୍ଷତିଗ୍ରସ୍ତ ତଥା ସ୍ଥାନିୟ ଅଞ୍ଚଳର ୪୭ ଜଣ ଡ୍ରାଇଭର, ଅପରେଟର, ହେଲପର୍, ସୁପରଭାଇଜର୍ ଙ୍କୁ ଛଟେଇ କରିଦେବା ସଂକ୍ରାନ୍ତରେ ଗତ ସନ୍ଧ୍ୟାରେ ନୋଟିସ୍ ଜାରି କରିଥିଲା। ଆଜି ଏହା ପ୍ରଘଟ ହେଲାପରେ ଛଟେଇ ହୋଇଥିବା କର୍ମଚାରୀ ଏବଂ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଛଟେଇ କର୍ମଚାରୀ ଅଦାନୀ କମ୍ପାନୀର ଅଫିସକୁ ପଶି ୩ଟି କମ୍ପ୍ୟୁଟର୍ ଭାଙ୍ଗି ଦେଇ କାଗଜପତ୍ର ଫିଙ୍ଗି ଫୋଫାଡି ଦେଇଥିବାର ଦେଖିବାକୁ ମିଳିଛି। ଭଙ୍ଗାରୁଜା କରିବା ସହିତ ଅଫିସରେ ଥିବା କିଛି ଅଧିକାରୀ ଏବଂ କର୍ମଚାରୀଙ୍କୁ ମାଡପିଟ୍ କରିଥିବାର ଅଭିଯୋଗ ହୋଇଛି। ଖବର ପାଇ ଅତିରିକ୍ତ ଏସ୍.ପି ଉଗ୍ରସେନ ପ୍ରଧାନ, ଏସ୍.ଡି.ପି.ଓ ତପନ କୁମାର ମହାନ୍ତି,  ଠେଲକୁଲି ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ, କତରବଗା ଆଇଆଇସି ଅଜୟକୁମାର ଜେନା, ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories