www.samajalive.in
Sunday, December 14, 2025
19.1 C
Bhubaneswar

ଖବରକାଗଜ ବିତରଣ ପାଇଁ କୋହଳ ହେଲା କଟକଣା

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ଦେଶରେ ୨୧ ଦିନିଆ ଲକ ଡାଉନ ଘୋଷଣା ହେବା ପରେ ପାଠକ/ପାଠିକାମାନଙ୍କ ନିକଟରେ ଦୈନିକ ଖବରକାଗଜ ପହଂଚାଇବା ସମ୍ଭବ ହେଉନଥିଲା ଓ ବାହାରକୁ ଯିବା ପାଇଁ କଟକଣା ଥିବାରୁ ବିତରକମାନେ ବାହାରକୁ ନ ବାହାରି ଘରେ ରହିବାର ନିଷ୍ପତ୍ତିନେଇ ଖବରକାଗଜ ବିତରଣ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନା ସଂକ୍ରମଣ ସମୟରେ ଖବରକାଗଜ ପ୍ରକାଶନ ସଂସ୍ଥାଗୁଡ଼ିକ ନିରନ୍ତର ଖବରକାଗଜ ଛପାଇବା ସହ ସୂଚନା ପ୍ରଦାନ କରିଆସୁଥିଲେ। ତେବେ ସୂଚନା ଜାଣିବାର ଅଧିକାରକୁ ସମ୍ମାନ ଜଣାଇ ଆଜି ରାଜ୍ୟ ସରକାର ଖବରକାଗଜ ବିତରଣ କ୍ଷେତ୍ରରେ ଥିବା କଟକଣା ହଟାଇ ଦେଇଛନ୍ତି।

ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ନିୟନ୍ତ୍ରଣ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ଯେ ଖବରକାଗଜ ବିତରଣକୁ ଜରୁରୀ ସେବା ଭାବରେ ବିବେଚନା କରାଯାଇ ଖବରକାଗଜ ପରିବହନ କରୁଥିବା ଗାଡି କୌଣସି ପ୍ରତିବନ୍ଧକ ବିନା ଯିବା ଆସିବା କରିପାରିବ। ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଖବରକାଗଜ ବିକ୍ରି କାଉଣ୍ଟର ସକାଳ ୭ରୁ ୮ ପର୍ଯ୍ୟନ୍ତ ଖୋଲା ରହିବ ଓ ଖବରକାଗଜ ବିତରକମାନେ ସକାଳ ୪ଟାରୁ ୭ଟା ମଧ୍ୟରେ ତାହା ସଂଗ୍ରହ କରି ବଣ୍ଟନ ପାଇଁ ନେଇପାରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories