ସମ୍ବଲପୁର: ଆଖିବୁଜିଲେ ଝିଅ, ମାଆଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଗତ ୧୪ ତାରିଖରେ ଏକ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ ମାଆ ଇନ୍ଦୁ ଦାସ ଏବଂ ତାଙ୍କ ଝିଅ ପାୟଲ ଦାସ। ସୋମବାର ବିଳମ୍ବିତ ରାତିରେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ରେ ଝିଅ ପାୟଲଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମାଆ ଇନ୍ଦୁ ଦାସ ବୁର୍ଲା ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗତ ୧୪ ତାରିଖ ସକାଳେ ମହାମାୟା ମନ୍ଦିର ସମ୍ମୁଖରେ ନିଜ ଟେଲରିଂ ଦୋକାନକୁ ଯାଉଥିବାବେଳେ ଜମି ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଯୁବକ ସୁରଜ ହାତୀ ଅତର୍କିତ ଭାବରେ ମାଆ ଏବଂ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଗତ ୧୫ ତାରିଖ ଦିନ ପୁଲିସ୍ ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Popular Categories



