www.samajalive.in
Saturday, December 6, 2025
16.1 C
Bhubaneswar

କୁକୁରକୁ ଗାଡି ଧକ୍କା କରିବାରୁ ଛୁରି  ଓ ପେଚକଷ୍‌ ଭୁଷି ହତ୍ୟା

ନୂଆଦିଲ୍ଲୀ .- ନୂଆଦିଲ୍ଲୀରେ ଏକ ଅଜବ୍‌ ଘଟଣା  ଘଟିଛି । ସାମାନ୍ୟ ଘଟଣା ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।  ରବିବାର ଭୋରରୁ  ବିଜେନ୍ଦ୍ର ରାଣା ନାମକ ବ୍ୟକ୍ତି  ନିଜର  ଅଟୋରିକ୍ସାକୁ ପାର୍କିଂ ସ୍ଥାନକୁ ନେଉଥିଲେ । ଏତିକି ବେଳେ ତାଙ୍କ ପଡୋଶୀଙ୍କର କଳା ରଙ୍ଗର ଲାବ୍ରାଡର ପ୍ରଜାତିର କୁକୁର ସହ ସାମାନ୍ୟ ଧକ୍କା ହୋଇଯାଇଥିଲା । ତାଙ୍କ ପଡୋଶୀ ଅଙ୍କିତ , ପରାସ ଓ  ଦେବ ସେହି ସ୍ଥାନକୁ ଆସିବା ସହ କୁକୁରକୁ କ୍ଷମା ମାଗିବା ପାଇଁ କହିଥିଲେ । ମାତ୍ର ବିଜେନ୍ଦ୍ର କୁକୁରକୁ କ୍ଷମା ମାଗିବା ପାଇଁ ମନା କରି ଦେବାରୁ  ତାଙ୍କ ଛୁରି ଓ ପେଚ୍‌କଷ୍‌ରେ ଆକ୍ରମଣ କରିଥିଲେ ।

ତାଙ୍କ ଶରୀରର ୬ଟି ସ୍ଥାନରେ ଭୁଷି ଦେଇଥିଲେ । ବିଜେନ୍ଦ୍ରଙ୍କ ଚିତ୍କାର ଶୁଣି ତାଙ୍କ ବଡ ଭାଇ ସେହି ସ୍ଥାନକୁ ଆସିଥିବା ବେଳେ ତାଙ୍କୁ ୩ ଥର ଭୁଷି ଦେଇଥିଲେ । ଘଟଣାସ୍ଥଳରେ ବିଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାବେଳେ  ସଙ୍କଟାପନ୍ନ ଅବସ୍ଥାରେ ତାଙ୍କ ବଡ ଭାଇଙ୍କୁ ଦୀନ୍‌ ଦୟାନ ଉପାଧ୍ୟାୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ଅଙ୍କିତ , ପରାସ ଓ  ଦେବ ନାମକ ୩ ଜଣ ଯୁବକଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଆରମ୍ଭ କରିଛି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories