www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତମ ଖାଦ୍ୟ ବି ଖାଲି ପେଟରେ ସୃଷ୍ଟି କରେ ସମସ୍ୟା

ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ ଓ ନ ଖାଇବେ ସେନେଇ ସଚତେନ ରହିବା ଅତ୍ୟନ୍ତ ଆବଶ୍ୟକ । ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ଓ ଫିଟ୍ ରହିବ ।

ଖାଦ୍ୟ ଗ୍ରହଣ ସର୍ବଦା ସମୟ ଉପରେ ନିର୍ଭର କ​‌ରେ । ଭୁଲ ସମୟରେ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ସେହିପରି ଏଭଳି କିଛି ଖାଦ୍ୟ ଅଛି ଯାହା ଶରୀର ପାଇଁ ସୁସ୍ଥ ହେଲେ ମଧ୍ୟ ଖାଲି ପେଟରେ ଖାଇବା ଅନୁଚିତ୍ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ଜାଣିବା….

- Advertisement -

ଟମାଟର: ଟମାଟରରେ ଭିଟାମିନ୍ ଓ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ଏହାର ଏସିଡିଟି ଗୁଣ ପେଟକୁ କ୍ଷତି ପହଞ୍ଚାଇଥାଏ । ଖାଲି ପେଟର ଟମାଟର ଖାଇବା ଦ୍ବାରେ ପେଟରେ ଅଧିକ ଚାପ ପଡିଥାଏ । ଅଲସର ବା ଅର୍ସ ରୋଗୀଙ୍କ ପାଇଁ ଏହା ମାରତ୍ମକ ହୋଇପାରେ ।

ଖଟା ଫଳ: ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁରେ ଭିଟାମିନ୍ ସି, ଫାଇବର ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯଦି ଏହାକୁ ଆପଣ ଖାଲି ପେଟର ସେବନ କରନ୍ତି ତେବେ ଏହା ପେଟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବଢି ଯାଇଥାଏ ।

ପୁଫ ପେଷ୍ଟ୍ରି ବା ପଟିସ୍: ସକାଳେ ହେଉ ଅବା ସନ୍ଧ୍ୟାରେ ଜଳଖିଆରେ ପୁଫ ପେଷ୍ଟ୍ରି ବା ପଟିସ୍ ଖାଇବା ସହଜ ଉପାୟ । ପୁଫ ପେଷ୍ଟ୍ରି ବା ପଟିସ୍ ଖାଲି ପେଟରେ ଖାଇବା ଅନୁଚିତ୍ । ଏଥିରେ ଇଷ୍ଟ ଥିବା କାରଣରୁ ଖାଲି ପେଟରେ ଏହା ସମସ୍ୟା ସୃଷ୍ଟି କରିଥାଏ ।

କାର୍ବୋନେଟ ଡ୍ରିଙ୍କ୍ସ: କାର୍ବୋନେଟ ଡ୍ରିଙ୍କ୍ସ ବା ମୃଦୂ ପାନୀୟ ଶରୀର ପାଇଁ କ୍ଷତିକାରକ । ସକାଳ ଖାଲି ପେଟରେ ମୃଦୂ ପାନୀୟ ପିଇବା ଦ୍ବାରା କର୍କଟ ଏବଂ ହୃଦୟଜନିତ ସମସ୍ୟା ଉପୁଜିବାର ଆଶଙ୍କା ଅଧିକ ଥାଏ । ଭୁଲରେ ମଧ୍ୟ ଖାଲି ପେଟରେ ମୃଦୂ ପାନୀୟ ପିଅନ୍ତୁ ନାହିଁ ।

ଚା’ ଏବଂ କଫି: ସକାଳୁ ଉଠି ଚା’ ବା କଫି ପିଇବା ଅନେକ ଲୋକଙ୍କ ଅଭ୍ୟାସ ରହିଥାଏ । କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଖାଲି ପେଟରେ କଫି ପିଇବା ଦ୍ବାରା ହାଇଡ୍ରୋକ୍ଳୋରିକ୍ ଏସିଡ୍ ମାତ୍ରା ବଢିଯାଏ । ଫଳରେ କୋଷ୍ଠ କାଠିନ୍ୟ ସମସ୍ୟା ଉପୁଜିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ମଧ୍ୟ ଧିମା ବା ଧିର ହୋଇଯାଏ । ଖଲି ପେଟରେ ପାଣି ପିଅନ୍ତୁ ଓ ପରେ ଚା ବା କଫି ପିଅନ୍ତୁ ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories