ସମ୍ଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା
କେନ୍ଦୁଝରଗଡ଼ : ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ଦିନଧରି ଅନୁଷ୍ଠିତ ସମ୍ଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି । କିଶୋରବର୍ଗ ବୈଦିକ ଗଣିତ ପ୍ରଶ୍ନମଞ୍ଚରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମଶ୍ରେଣୀ ଛାତ୍ରୀ ରଞ୍ଜିତା ମହାନ୍ତ, ଜାହ୍ନବୀ ମହାନ୍ତ ଓ ସୋମପ୍ରୀତମ ନାଥ, ଗଣିତ ପ୍ରୟୋଗରେ ଦଶମ ଶ୍ରେଣୀ ଛାତ୍ର ଋତିକୃଷ୍ଣ ମହାନ୍ତ, ଗଣିତ ପତ୍ରବାଚନରେ ସପ୍ତମଶ୍ରେଣୀ ଛାତ୍ରୀ ଦେବସ୍ମୀତା ମହାନ୍ତ ଏବଂ ମୃତ୍ତି କଳାରେ ନବମଶ୍ରେଣୀ ଛାତ୍ରୀ ସୁଦୀପ୍ତା ମହାନ୍ତ ପ୍ରଥମସ୍ଥାନ ଅଧିକାର କରିବା ସହ ଆସନ୍ତା ୨ ଓ ୩ତାରିଖ ଦୁଇଦିନ ଧରି କଟକ ଜିଲା ଗତିରାଉତପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ପ୍ରାନ୍ତ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କିଶୋରବର୍ଗ ବିଜ୍ଞାନ ପ୍ରୟୋଗରେ ଦଶମଶ୍ରେଣୀ ଛାତ୍ର ଯାଜ୍ଞସେନ ନାଏକ ପ୍ରଥମସ୍ତାନ ହାସଲ କରି ଅନଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆସନ୍ତା ୯ ଓ ୧୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ପ୍ରାନ୍ତ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗାଇଡ ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ ଓ ସଞ୍ଜୁକ୍ତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଦୁଃଶାସନ ମହାନ୍ତ, ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତା ଓ ଅଭିଭାବକ ଶୁଭେଛା ଜଣାଇଛନ୍ତି।
Comments are closed.