ସାଲେପୁର ଦୁଷ୍କର୍ମ ପିଡୀତାଙ୍କର ମୃତ୍ୟୁ

0

କଟକ : କଟକ ବଡ଼ ଡାକ୍ତରଖାନାରେ ସାଲେପୁର ଦୁଷ୍କର୍ମ ପିଡୀତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ୮ ଦିନ ହେବ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ପିଡୀତା।

ସୂଚନା ଯୋଗ୍ୟ କଟକ ଜିଲା ସାଲେପୁରରେ ଗତ ୨୧ ତାରିଖରେ ଜନୈକା ୬ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ବଳାତ୍କାର ପରେ ତାକୁ ହତ୍ୟା ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ୬ ଜଣିଆ ଡାକ୍ତରୀ ଟିମ୍  ନାବାଳିକାର  ଚିକିତ୍ସା କରୁଥିଲେ।

ଶିଶୁ କନ୍ୟା ଜଣଙ୍କ ଗତ ଶୁକ୍ରବାର ସନ୍ଧ୍ୟାରେ ଦୋକାନକୁ ଯାଇ ଆଉ ଫେରି ନଥିଲା। ଖୋଜାଖୋଜି କରିବା ପରେ ଏକ ସ୍କୁଲ୍‌ ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ସେଠାରୁ ତାକୁ ଉଦ୍ଧାର କରି ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

Leave A Reply