www.samajalive.in
Monday, December 15, 2025
17.1 C
Bhubaneswar

ଏସ୍‌ଏସ୍ଏଲଭିର ପ୍ରଥମ ଅଭିଯାନ ବିଫଳ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ପ୍ରସ୍ତୁତ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ (ଏସଏସଏଲଭି)ର ପ୍ରଥମ ଅଭିଯାନ ବିଫଳ ହୋଇଛି। ରବିବାର ସକାଳେ ଏସଏସଏଲଭି-ଡି୧ ସଫଳତାର ସହିତ ଉତ୍‌କ୍ଷେପଣ କରିଥିଲା। ମାତ୍ର ଏହା ଧାରଣ କରିଥିବା ଦୁଇଟି ଉପଗ୍ରହକୁ ଧାର୍ଯ୍ୟ କକ୍ଷପଥରେ ସ୍ଥାନିତ କରିବାରେ ବିଫଳ ହୋଇଛି। ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ଏସଏସ୍‌ଏଲଭି-ଡି୧ ରକେଟ୍‌ ଇଓଏସ୍-୦୨ ଓ ଆଜାଦୀସାଟ୍‌କୁ ଧରି ସଫଳତାର ସହିତ ଉତ୍‌କ୍ଷେପଣ କରିଥିଲା। ଏହି ଦୁଇ ଉପଗ୍ରହକୁ ୩୫୬ କିମି ସର୍କୁଲାର ଅର୍ବିଟ୍‌ରେ ସ୍ଥାନିତ କରିବାକୁ ଥିବାବେଳେ ଏସଏସ୍‌ଏଲଭି-ଡି୧ ଏହାକୁ ୩୫୬ ଇନଟୁ ୭୬ ଇଲିପଟିକାଲ ଅର୍ବିଟ୍‌ରେ ସ୍ଥାନୀତ କରିଥିଲା। ଫଳରେ ଉପଗ୍ରହ ଦୁଇଟି ବ୍ୟବହାର ଯୋଗ୍ୟ ହୋଇ ନାହିଁ। ସେନସର ବିଫଳତା ଯୋଗୁଁ ଏପରି ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଏହାର ବିଧିବଦ୍ଧ ସମୀକ୍ଷା କରାଯିବା ପରେ ସମାଧାନ କରାଯିବ। ଏସଏସଏଲଭିର ପ୍ରସ୍ତୁତ ଦିଗରେ ଇସ୍ରୋ ୧୬୯ କୋଟି ଟଙ୍କା ବିନିଯୋଗ କରିଥିଲା। ଇଓଏସ୍‌-୦୨ ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ। ଆଜାଦିସାଟ୍ ହେଉଛି ଏକ କ୍ୟୁବ୍ ଉପଗ୍ରହ। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫୦ ବାଳିକା ଏହି ଉପଗ୍ରହକୁ ତିଆରି କରିଥିଲେ। ଉପଗ୍ରହ ଦୁଇଟି ଅକ୍ଷମ ହୋଇଯାଇଥିବାରୁ ଏହା ପ୍ରଶାନ୍ତ ମହାସାଗରରେ ପକାଯାଇ ନଷ୍ଟ କରାଯିବ। ଆଗାମୀ ଦିନରେ ଇସ୍ରୋ ଏହାର ଏସଏସ୍‌ଏଲଭି-ଡି୨ର ଉତ୍‌କ୍ଷେପଣ କରିବ ବୋଲି ଏହାର ଅଧିକାରୀ କହିଛନ୍ତି। ବିଶ୍ବ ବଜାରରେ ନିଜର କାରବାର ବୃଦ୍ଧି ଉଦ୍ଦେଶ୍ୟରେ ଇସ୍ରୋ ଏସଏସ୍‌ଏଲ୍‌ଭି ରକେଟ୍ ପ୍ରସ୍ତୁତ କରିଛି। ଏହାଦ୍ବାରା ଛୋଟଛୋଟ ଉପଗ୍ରହକୁ ସହଜରେ ମହାକାଶକୁ ପଠାଇ ହେବ। ଏହି ରକେଟ୍‌କୁ ୭୨ ଘଣ୍ଟା ମଧ୍ୟରେ ଉତ୍‌କ୍ଷେପଣ ନିମନ୍ତେ ପ୍ରସ୍ତୁତ କରାଯାଇପାରିବ। ଏହା ୫୦୦ କିଗ୍ରା ଓଜନର ଉପଗ୍ରହକୁ ପରିବହନ କରିପାରିବ। ବିଭିନ୍ନ ଦେଶର ଉପଗ୍ରହକୁ ଉତ୍‌କ୍ଷେପଣ ପୂର୍ବକ ଇସ୍ରୋ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବ୍ୟାବସାୟିକ ଭୂମିକା ନିର୍ବାହ କରିଆସୁଛି। ଏଥିରୁ ଇସ୍ରୋ ପ୍ରତିବର୍ଷ କୋଟି କୋଟି ଟଙ୍କା ଆୟ କରିପାରୁଛି। ଧ୍ରୁବୀୟ ଉପଗ୍ରହ ଉତ୍‌କ୍ଷେପଣ ଯାନ (ପିଏସ୍ଏଲଭି) ହେଉଛି ଇସ୍ରୋର ସବୁଠାରୁ ସଫଳ ରକେଟ୍। ଏହା ବର୍ତ୍ତମାନ ସୁଦ୍ଧା ୫୩ଟି ଅଭିଯାନରେ ସଫଳ ହୋଇଆସିଛି। ଇସ୍ରୋର ଅନ୍ୟତମ ଉତ୍‌କ୍ଷେପଣ ଯାନ ଜିଏସ୍‌ଏଲ୍‌ଭି ୧୦ଟି ଅଭିଯାନରେ ସଫଳ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories