www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ଟ୍ବେଣ୍ଟି-୨୦: ଅଷ୍ଟ୍ରେଲିଆକୁ ସ୍ବର୍ଣ୍ଣ; ଭାରତକୁ ରୌପ୍ୟ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା ଟ୍ବେଣ୍ଟି୨୦ କ୍ରିକେ୍‌ଟ ସାମିଲ ହୋଇଥିବା ବେଳେ ଏଥିରେ ସ୍ବର୍ଣ୍ଣପଦକ ଜିତିଛି ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ। ରବିବାର ସ୍ବର୍ଣ୍ଣପଦକ ମ୍ୟାଚ୍‌ରେ ଭାରତକୁ ୯ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ବେଥ୍‌ ମୁନିଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ମହିଳା ଦଳ ୮ ୱିକେଟରେ ୧୬୧ ରନ୍‌ କରିଥିଲା। ପରେ ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୨ଟି ବଲ୍‌ ବାକିଥାଇ ଭାରତ ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।
୧୬୨ ରନ୍‌ ଲକ୍ଷ୍ୟରେ ଭାରତ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲେ ହେଁ ଜଲଦି ୨ ଓପ୍‌ନରଙ୍କୁ ହରାଇଥିଲା। ସ୍ମୃତି ମାନ୍ଧାନା ୬ ରନ୍‌କରି ଆଉଟ୍‌ ହୋଇଥିବା ବେଳେ ଶେଫାଳି ବର୍ମା ୧୧ ରନ୍‌ କରି ପାରିଥିଲେ। ପରେ ଜେମିମା ରଡ୍ରିଗ୍ବେଜ୍‌ ଓ ଅଧିନାୟିକା ହରମନପ୍ରୀତ କୌର ନିୟମିତ ଷ୍ଟ୍ରୋକ୍‌ ଖେଳି ସ୍କୋର୍‌କୁ ବଢ଼ାଇ ଚାଲିଥିଲେ। ଦୁହେଁ ୯୬ ରନ୍‌ ଯୋଡ଼ି ଦଳକୁ ବିଜୟର ଆଶା ଦେଇଥିଲେ। ୮ ୱିକେଟ ବାକିଥାଇ ଭାରତ ୩୪ ବଲ୍‌ରୁ ମାତ୍ର ୪୪ ରନ୍ ଆବଶ୍ୟକ କରୁଥିଲା। ହେଲେ ୩୪ ରନ୍‌ରେ ଶେଷ ୮ଟି ୱିକେଟ ହରାଇ ଭାରତ ପରାସ୍ତ ହୋଇଥିଲା। ଜେମିମା ୩୩ ବଲ୍‌ରୁ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। ପୂଜା ବସ୍ତ୍ରାକର ୧ ରନ୍‌ କରିଥିଲେ। ହରମନପ୍ରୀତ ଏକ ବେପରୁଅା ସଟ୍ ଖେଳି ଆଉଟ୍‌ ହୋଇଥିଲେ। ହରମନପ୍ରୀତ ବିସ୍ଫୋରକ ବ୍ୟାଟିଂକରି ୪୩ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୫ ରନ୍‌ କରିଥିଲେ। ଆସ୍‌ଲେ ଗାର୍ଡନର ୩ଟି ୱିକେଟ ନେଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେଇଥିଲା। ଆଲିସା ହିଲି ୭ ରନ୍‌କରି ଆଉଟ୍‌ ହେବା ପରେ ବେଥ୍ ମୁନି ଓ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ ୨ୟ ୱିକେଟ ପାଇଁ ୮ ଓଭରରେ ୭୪ ରନ୍‌ ଯୋଡ଼ିଥିଲେ। ଲାନିଙ୍ଗ୍‌ ୨୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୬ ରନ୍‌ କରିଥିଲେ। ତାହ୍‌ଲିଆ ମ୍ୟାକ୍‌ଗ୍ରା ୨ ରନ୍‌ କରିଥିଲେ। ବେଥ୍ ମୁନି ଓ ଆସ୍‌ଲେ ଗାର୍ଡନର ୪ ଓଭରରେ ୩୮ ରନ୍‌ କରିଥିଲେ। ଗାର୍ଡନର ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ବେଥ୍ ମୁନି ୪୧ ବଲ୍‌ରୁ ୮ଟି ଚୌକା ସହ ୬୧ ରନ୍‌ କରିଥିଲେ। ରାଚେଲ ହେୟନ୍‌ସ ୧୧୮ ରନ୍‌କରି ଅପରାଜିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories