www.samajalive.in
Monday, December 15, 2025
17.1 C
Bhubaneswar

କୋଭିଡ ମୁକାବିଲାରେ ସବୁ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ : ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସମସ୍ତ ରାଜ୍ୟର ମିଳିତ ପ୍ରୟାସ ଦ୍ୱାରା କୋଭିଡ ମହାମାରୀରୁ ଦେଶ ମୁକୁଳି ପାରିଛି। ଏ କ୍ଷେତ୍ରରେ ସମସ୍ତ ରାଜ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ନୂଆଦିଲ୍ଲୀଠାରେ ନିତି ଆୟୋଗ ବୈଠକରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସୀମିତ ସମ୍ବଳ ସତ୍ତ୍ବେ ସହନଶୀଳତା ଦ୍ୱାରା ବିପଦ ଏଡ଼ାଇବା ସମ୍ଭବ ହୋଇପାରିବ ବୋଲି କୋଭିଡ ମହାମାରୀ ସମୟରେ ଭାରତ ସମଗ୍ର ବିଶ୍ୱରେ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଦୃଢ ବାର୍ତ୍ତା ଦେଇଥିଲା। ଏହାର ଶ୍ରେୟ ସେହି ରାଜ୍ୟମାନଙ୍କର, ଯେଉଁମାନେ ରାଜନୈତିକ ମତପାର୍ଥକ୍ୟ ସତ୍ତ୍ବେ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ସେବା ଯୋଗାଇବାରେ ସଫଳ ହୋଇଥିଲେ। ସେ କହିଥିଲେ, ରାଷ୍ଟ୍ରୀୟ ପ୍ରାଥମିକତା ଚିହ୍ନଟ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମାସ ମାସ ଧରି ବିଚାରବିମର୍ଶ ଏବଂ ପରାମର୍ଶ ପରେ ନିତି ଆୟୋଗ ପରିଚାଳନା ପରିଷଦର ଏହି ସପ୍ତମ ବୈଠକ ଆୟୋଜିତ ହେଉଛି।
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ୱସ୍ତରରେ ନେତୃତ୍ୱ ନେବାପାଇଁ ଆଧୁନିକ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ପ୍ରଯୁକ୍ତିର ଉପଯୋଗରେ ସହଜ ଜୀବନଧାରଣ, ପାରଦର୍ଶୀ ସେବା ବିତରଣ ଏବଂ ସହରି ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନର ଗୁଣବତ୍ତାରେ ଉନ୍ନତି ଆସିବ ଏବଂ ଏହାଦ୍ୱାରା ଦ୍ରୁତ ସହରୀକରଣ ଦେଶର ର୍ଦୁବଳତା ପରିବର୍ତ୍ତେ ସାମର୍ଥ୍ୟ ଭାବରେ ଉଭା ହୋଇପାରିବ। ଶିକ୍ଷାଗତ ପରିଣାମରେ ବ୍ୟାପକ ସୁଧାର, ଶିକ୍ଷକଙ୍କର ସାମର୍ଥ୍ୟ ବୃଦ୍ଧି ଏବଂ କୌଶଳ ବିକାଶ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ସୂଚନା ଦେଇଥିଲେ। ନିତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ କହିଥିଲେ ଯେ ମହାମାରୀ ପରେ ପ୍ରଗତିଶୀଳ ଭାରତର ସଂକଳ୍ପକୁ ସାକାର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ବୈଠକରେ ଉପସ୍ଥିତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ ଉପରାଜ୍ୟପାଳ ସେମାନଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଥମିକତା, ସଫଳତା ଓ ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ କୋଭିଡ ମହାମାରୀ ପରେ ଏହା ନିତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ଶାରୀରିକ ଉପସ୍ଥିତି ବୈଠକ ଥିଲା। ଏହା ପୂର୍ବରୁ ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories