www.samajalive.in
Sunday, December 14, 2025
19.1 C
Bhubaneswar

ଭିନ୍ନକ୍ଷମ କଲ୍ୟାଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଭିନ୍ନକ୍ଷମଙ୍କ ସୁରକ୍ଷା ଓ କଲ୍ୟାଣ ଉଦ୍ଦେଶ୍ୟରେ ବିଭାଗ ଏବଂ ସାଇଟ୍‌ସେଭର୍ସ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ନାଗରିକ ସମାଜ ମଧ୍ୟରେ ସହଭାଗିତାର ଗୁରୁତ୍ୱ ରହିଛି। ହିତାଧିକାରୀମାନଙ୍କ ନିକଟତର ହେବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି ସେ ମତ ପ୍ରକାଶ କରିଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସାଇଟ୍‌ସେଭର୍ସ ଇଣ୍ଡିଆ ମଧ୍ୟରେ ଏହି ବୁଝାମଣା କ୍ରମେ ସଂପୃକ୍ତ ସଂଗଠନ ଆଗାମୀ ତିନିବର୍ଷ ନିମନ୍ତେ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରିବ । ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ବୁଝାମଣାରେ ଉଲ୍ଲିଖିତ ବିଭିନ୍ନ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ବିଭାଗ ସହଯୋଗ କରିବ। ସେ ସହଭାଗିତା ଉଦ୍ୟମରେ ହେଉଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡ଼ିକରେ ଗୋଷ୍ଠୀ ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ।
ସାଇଟସେଭର୍ସ ଇଣ୍ଡିଆ ଭିନ୍ନକ୍ଷମ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତାର ପ୍ରସାର କରିବା ସହିତ ଆତ୍ମସୁରକ୍ଷା କୌଶଳ ତାଲିମ, କମ୍ପ୍ୟୁଟର ପ୍ରଶିକ୍ଷଣ ଏବଂ ବ୍ୟାପକ ଚକ୍ଷୁ ଚିକିତ୍ସା ସେବା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟକରିବ। ୨୦୩୦ ପାଇଁ ରହିଥିବା ପୋଷଣୀୟ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସମସ୍ତ ମାନକ ଉପରେ ଗୁରୁତ୍ୱ ଦେଇ ଏହି ସଂଗଠନ କାର୍ଯ୍ୟ କରିବ ।
ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବିଭାଗ ପକ୍ଷରୁ ଉପଶାସନ ସଚିବ ସନ୍ନ୍ୟାସୀ ବେହେରା ଓ ସାଇଟସେଭର୍ସ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ ପରିଚାଳନା) ପ୍ରସନ୍ନ କୁମାର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories