ଦୀପାବଳି ପ୍ରସ୍ତୁତି ମଧ୍ୟରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦିନ ୩ଟା ୩୬ ମିନିଟରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରେକର୍ଡ଼ କରାଯାଇଛି। ଝଟ୍‌କା ସାମାନ୍ୟ ଥିଲା, ତଥାପି ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀ ଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଆଜି ସାଧାରଣତଃ ଲୋକମାନେ ନିଜ ନିଜ ଘରେ ଦୀପାବଳି ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ଭୂକମ୍ପ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ଦିଲ୍ଲୀରେ ଲଗାତର ଭାବେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ନେଇ ଖବର ସମ୍ନାକୁ ଆସିଛି।

Comments are closed.