www.samajalive.in
Saturday, December 13, 2025
21.1 C
Bhubaneswar

ପୁରୀରେ ଦୀପାବଳି ଓ କାଳୀପୂଜା ପାଇଁ ଜୋରଦାର ପ୍ରସ୍ତୁତି

ଡେସ୍କ : ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ରବିବାର ସକାଳେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ନିକଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ କରିବେ। ଶ୍ରାଦ୍ଧ ଦେବାପରେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ କାଉଁରିଆ ଜାଳି ବଡବଡୁଆ ଡାକିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ସ୍ୱତନ୍ତ୍ର ପୁଲିସ ବନ୍ଦୋବସ୍ତ କରାଯାଇଛି ।
ଆସନ୍ତା ସୋମବାର ଶ୍ରୀମନ୍ଦିରରେ ଦୀପାବଳି ଉତ୍ସବ ଓ ସାଗର ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦିନ ପାରମ୍ପରୀକ ରୀତି ମତେ ଶ୍ରୀଜୀଉମାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ହଳ-ମୂଷଳ ଆଦି ଆୟୂଧ ସବୁକୁ ପୂଜା କରାଯିବାର ବିଧି ରହିଛି ।
ଅନ୍ୟପକ୍ଷରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ହୋଟେଲ ଓ ଲଜିଂ ଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ପୁରୀ ସହରରେ ଥିବା ଶ୍ୟାମାକାଳୀ, ଦକ୍ଷିଣକାଳୀ, ବାଟକାଳୀ ଓ ଗଛକାଳୀଙ୍କ ସମେତ ସାକ୍ଷୀଗୋପାଳ ନିକଟସ୍ଥ ବୀରଗୋବିନ୍ଦପୁର ଗ୍ରାମରେ ଥିବା ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ପରିଚିତ ମା’ଦକ୍ଷିଣକାଳୀଙ୍କ ମନ୍ଦିରରେ କାଳିପୂଜା ଲାଗି ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories