bjd  ek lkhya koti banner

୧୫ରେ ବାଇଡେନ-ଜିନପିଙ୍ଗ ସାକ୍ଷାତ ଆଲୋଚନା

mission shakti banner

ୱାଂଶିଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଆସନ୍ତା ୧୫ରେ ସାକ୍ଷାତ ଆଲୋଚନା କରିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି କାଲିଫର୍ଣ୍ଣିଆରେ ଜୋ ବାଇଡେନ ବୁଧବାର ଦିନ ଗୋଟିଏ ବର୍ଷରେ ପ୍ରଥମ ଥର ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ସାକ୍ଷାତ କରିବେ। ବାଣିଜ୍ୟ, ତାଇୱାନ ପ୍ରସଙ୍ଗ ଏବଂ ବିଶ୍ବର ଦୁଇ ବୃହତ ଅର୍ଥନୀତିର ନେତାଙ୍କ ମଧ୍ୟରେ ଆମେରିକାର-ଚୀନ୍ ସମ୍ପର୍କ ବିଷୟରେ ଆଲୋଚନା ହେବ।

ଏହି ସାକ୍ଷାତ ଆଲୋଚନାକୁ ବିଶ୍ୱର ଦୁଇ ମହାଶକ୍ତିଙ୍କ ମଧ୍ୟ ବିବାଦ କମ୍ କରିବା ଉଦ୍ଦେଶ୍ୟରେ ଉଚ୍ଚସ୍ତରୀୟ କୂଟନୀତିର ଏକ ଅଂଶ ବୋଲି ମନେ କରାଯାଉଛି ।

Comments are closed.