www.samajalive.in
Saturday, December 13, 2025
21.1 C
Bhubaneswar

ରାୟଗଡ଼-ତାଳଚେର ଜାତୀୟ ରାଜପଥକୁ ଅର୍ଥନୈତିକ କୋରିଡର ନେଇ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର : ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଓ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୩୦୦ କିମି ରାଜପଥ ତିନୋଟି ପ୍ରମୁଖ ଶିଳ୍ପ କ୍ଷେତ୍ର ତଥା ଇବ୍ ଉପତ୍ୟକା, ହୀରାକୁଦ ଅଂଚଳ ଏବଂ ତାଳଚେର- ଅନୁଗୋଳ ଭଳି ଶିଳ୍ପାଞ୍ଚଳକୁ ସଂଯୁକ୍ତ କରୁଛି । ତାପଜ ବିଦ୍ୟୁତ କେନ୍ଦ୍ର, ଲୁହା, ଆଲୁମିନିୟମ, କୋଇଲା ଖଣି ସହ ଅନେକ ଶିଳ୍ପ ଅନୁଷ୍ଠାନ ଏହି ରାଜପଥରେ ରହିଅଛି । ସାମ୍ପ୍ରତିକ ସମୟରେ ଏହି ଅଂଚଳରେ ଦ୍ରୁତ ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟ ଅଭିବୃଦ୍ଧି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଶିଳ୍ପାୟନ ମେରୁଦଣ୍ଡ ହୋଇଛି ।
କନକତୋରା, ଝାରସୁଗୁଡା ରୁ ତିଳେଇବଣି ଦେଇ ଯାଇଥିବା ଏନଏଚ – ୪୯ ଏବଂ ଦେବଗଡ଼-ରିଆମାଳ-ଗୋଡିବନ୍ଧ-ବହ୍ଲର ଦେଇ ଯାଇଥିବା ଏନଏଚ – ୫୩ ସମ୍ପ୍ରସାରଣ ହୋଇଛି । ବିଗତ ୮ ବର୍ଷରେ ଏହି ରାଜପଥର ସମ୍ପ୍ରସାରଣ ସହ ଅନେକ ଉନ୍ନତିକରଣର କାମ ହୋଇଛି । ଏବେ ବିଭିନ୍ନ ପ୍ୟାକେଜରେ ଅନେକ ବିକାଶମୂଳକ କାମ ସହିତ ଏନଏଚ-୪୯ ଏବଂ ଏନଏଚ-୫୩କୁ ୪ ଲେନ ବିଶିଷ୍ଟ ରାସ୍ତାରେ ସମ୍ପ୍ରସାରଣ କରାଯାଉଛି । ଆଗାମୀ ବର୍ଷଗୁଡ଼ିକରେ ଏହି ରାସ୍ତା ଦେଇ ଟ୍ରାଫିକ୍, ମାଲ ପରିବହନ ଏବଂ ଶିଳ୍ପ ପରିବହନ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଇବ।
ଇବ୍ ଉପତ୍ୟକା, ହୀରାକୁଦ, ଅନୁଗୋଳ–ତାଳଚେରରେ ଥିବା ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ ଅର୍ଥନୈତକ କୋରିଡର ଭାବରେ ପରିଣତ କରିବା ପାଇଁ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ, ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏହି ସବୁ ଅଂଚଳରେ ବର୍ତ୍ତମାନ ଏବଂ ଆଗାମୀ ଶିଳ୍ପ ପାଇଁ ଏକ ଉନ୍ନତ ମାନର ଭିତିଭୂମି ସୁନିଶ୍ଚିତ କରିବା ସହିତ ସମଗ୍ର ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ଗତି ଦେବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories