www.samajalive.in
Sunday, December 14, 2025
26.1 C
Bhubaneswar

ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ: ହାତୀ ଲାଗିଗଲା, ୫ ଶିକାରୀ ଗିରଫ

ତେଲକୋଇ: ଭାଡ଼ିମରା ଗାଁରେ ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ଶିକାରୀମାନେ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ, ସେହି ତାରରେ ହାତୀ ଲାଗିଯାଇଥିଲା ଏବଂ ବିଦ୍ୟୁତ ତାର ଲାଗି ଯିବାରୁ ହାତୀର ମୃତ୍ୟୁ ହୋଇଯାଇଥିଲା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗେଳାବନ୍ଧ ଫରେଷ୍ଟ ବିଟ୍‍ ସଲେଇକେନା ପଞ୍ଚାୟତ ଭାଡିମରା ଗ୍ରାମରେ ଧାନ ଚାଷରୁ ସୁରକ୍ଷା ପାଇଁ ଧାନ କ୍ଷେତ ଚାରିପଟେ ଜଙ୍ଗଲକୁ ଲାଗିଥିବା ସ୍ଥାନରେ ବିଦ୍ୟୁତ୍‍ ସଂଯୋଗ କରାଯାଇଥିବା ବେଳେ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଏକ ୪୦ବର୍ଷର ଦନ୍ତା ହାତୀ ମୃତ୍ୟୁବରଣ କରିଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରା ଏଚ.ଡି ପ୍ରକାଶ କରିଛନ୍ତି।

- Advertisement -

ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାର କର୍ମଚାରୀ ଓ ଜଏଣ୍ଟ ଟାସ୍କ ଫୋର୍ସ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଘଟଣାସ୍ତଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ ଏବଂ ବନ୍ୟପ୍ରାଣୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ହାତୀଟିର ଶବ ବ୍ୟବଛେଦ ପରେ ହାତୀଟି ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ଡିଏଫଓ ଶ୍ରୀ ଏଚ୍‍.ଡି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories