www.samajalive.in
Monday, December 15, 2025
17.1 C
Bhubaneswar

ନିର୍ମାଣ ଦାୟିତ୍ୱରୁ ପଣ୍ଡା ଇନଫ୍ରା ବାଦ୍‌

ଭୁବନେଶ୍ୱର  : ଦୁଇ ଦୁଇଟି ଜୀବନହାନି ପରେ ପୂର୍ତ୍ତ ବିଭାଗର ଚୈତନ୍ୟ ଉଦୟ ହୋଇଛି। ଶେଷରେ ବମିଖାଲ ଓଭର ବ୍ରିଜ୍‌ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ କାର୍ଯ୍ୟରୁ ବାଦ୍‌ ଦିଆଯାଇଛି। ବ୍ରିଜ ନିର୍ମାଣ ସମୟରେ ଦ୍ୱିତୀୟ ଥର ଦୁର୍ଘଟଣା ଘଟିବା ଫଳରେ ଏହି ସଂସ୍ଥାକୁ ଆଉ କାମ କରିବାକୁ ନଦେବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ‘ସଂପୃକ୍ତ ଠିକା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଦୁଇଟି ଦୁର୍ଘର୍ଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହା ଏକ ଅକ୍ଷମଣୀୟ ଅପରାଧ। ତେଣୁ ଏହି ସଂସ୍ଥାକୁ ନିର୍ମାଣ କାର୍ଯ୍ୟରୁ ଅନ୍ତର କରାଯାଇଛି। ବାକି ଥିବା କାମ ଅନ୍ୟ କିଛି ସଂସ୍ଥା ଦ୍ୱାରା କରାଯିବ। ଉଦ୍‌ଘାଟନ ପୂର୍ବରୁ ବ୍ରିଜର ସୁରକ୍ଷା ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ।’ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଆସନ୍ତାକାଲି ଯନ୍ତ୍ରୀସ୍ତରୀୟ ରିପୋର୍ଟ ମିଳିବା ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
ବିଭାଗୀୟ ସଚିବ ଓ ମନ୍ତ୍ରୀ ଏଭଳି ବିବୃତି ଦେଇ ନିଜ ଦୋଷ ଝାଡ଼ି ଦେଇଛନ୍ତି। ତେବେ ପ୍ରଥମରୁ ବମିଖାଲ ଓ ସମ୍ବଲପୁରରେ ଅଘଟଣ ଘଟାଇଥିବା ଏହି ସଂସ୍ଥାକୁ କାହିକି ପୁଣିଥରେ ଏଠାରେ ସେହି କାମ ଦିଆଯାଇଥିଲା ବୋଲି ସେ ପ୍ରଶ୍ନର ଉତ୍ତର ମିଳୁନି। ନିୟମକୁ ଢାଲ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories