ଭୁବନେଶ୍ୱର : ଜାତୀୟ ସାମାଜିକ ନିରାପତ୍ତା ଏବଂ ମଧୁବାବୁ ପେନ୍ସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ସରକାର ୧୦୦ଟଙ୍କା ପ୍ରଦାନ କରିବେ। ଉପରୋକ୍ତ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ପାଉଥିବା ପ୍ରତି ହିତାଧିକାରୀଙ୍କୁ ଚଳିତବର୍ଷ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଏହି ଅର୍ଥ ପ୍ରଦାନ କରାଯିବ। ସରକାର ଏ ସଂକ୍ରାନ୍ତ ନିଷ୍ପତ୍ତି ନେଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ନିତେନ ଚନ୍ଦ୍ର ଜଣାଇଛନ୍ତି।
ଏହି ସମସ୍ତ ଯୋଜନାରେ ଭତ୍ତା ପାଉଥିବା ରାଜ୍ୟର ୪୩ ଲକ୍ଷ ୨୫ ହଜାର ୪୬୭ଜଣ ହିତାଧିକାରୀ ଛତା କିଣିବା ପାଇଁ ସହାୟତା ଅର୍ଥ ପାଇବେ। ଏହି ହିତାଧିକାରୀମାନଙ୍କୁ ଚଳିତମାସ ୧୫ ତାରିଖ ଜନସେବା ଦିବସ ଦିନ ନିୟମିତ ଭତ୍ତା ସହ ଛତା ପାଇଁ ଅର୍ଥ ପ୍ରଦାନ କରାଯିବ।
ଭତ୍ତାଧାରୀଙ୍କୁ ଛତା ପାଇଁ ୧୦୦ ଟଙ୍କା
Popular Categories



