ପ୍ରଦର୍ଶିତ ହେଲା ପାରମ୍ପରିକ ଖାଦ୍ୟଶସ୍ୟ

ପାଟଣା : ପାଟଣା ମିନି ଷ୍ଟାଡିୟମଠାରେ ଗତ ଗୁରୁବାର “ଭାରତ” ସଂଗଠନ ସହଯୋଗରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପୃଷ୍ଟି ଶସ୍ୟର ଉନ୍ନତି ନିମନ୍ତେ କରାଯାଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଅନ୍ନ ଅଭିଯାନରେ ପାରମ୍ପରିକ ପୃଷ୍ଟି ଶସ୍ୟରେ ପ୍ରସ୍ତୁତ କ୍ଷୀରି, ପିଠା ,ମିଠା, ଲଡୁ,ଦହି ବରା, ନିମିକି, କାକରା, କେକ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା।

ଏହି ଖାଦ୍ୟ ମେଳା ବଡ ମହୁଲଡିହାର ମା ପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଓ ପରିଚାଳନା କରାଯାଇଥିଲା। ମେଳାକୁ ମୁଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଉଦଘାଟନ କରିଥିଲେ। ଖାଦ୍ୟ ମେଳା ସହ ଏଠାରେ ମାଣ୍ଡିଆ, ବାଜରା, ଗଙ୍ଗେଇ, ନାଲି ଗଙ୍ଗେଇ ଇତ୍ୟାଦି ବିହନ ପ୍ରଦର୍ଶିତ ହୋଇଥିଲା। ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ସହ କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ସହିତ ସମସ୍ତ କୃଷି ଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ସହ ଭାରତ ସଂଗଠନ ପକ୍ଷରୁ ବ୍ଲକ ସଂଯୋଜକ ଭବାନୀ ଶଙ୍କର ମିଶ୍ର, ସହ ବ୍ଲକ ସଂଯୋଜକ ତ୍ରିଲୋଚନ ମହାନ୍ତ, ସରୋଜ କୁମାର ସେନାପତି, ଗୋଷ୍ଠୀ ସମ୍ବଳ କର୍ମୀ କେତକୀ ମହାନ୍ତ, ଦୀନକୃଷ୍ଣ ମହାନ୍ତ, ହଳଧର ନାଏକ,ଅର୍ଜୁନ ସେଠୀ,ଋଷିନାଥ ମହାନ୍ତ, ହୀରାମଣି ମହାନ୍ତ, ରଶ୍ମିରେଖା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ଏଠାରେ ଅତିଥି ମାନଙ୍କୁ ପୁଷ୍ଟି ଯୁକ୍ତ ରନ୍ଧା ଖାଦ୍ୟ ପରିବେଷଣ କରାଯିବା ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କୁ ୫ଶହ ଏହି ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଥିଲା।

Comments are closed.