www.samajalive.in
Monday, December 15, 2025
14.1 C
Bhubaneswar

କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗର ପ୍ରତିରୋପଣ

ଭୁବନେଶ୍ୱର : ଶ୍ରୀ ସତ୍ୟ ସାଇ ସେବା ସଂଗଠନ (ଭାରତ) ଓଡ଼ିଶା ଓ ନାରାୟଣ ସେବା ସଂସ୍ଥାନ, ଉଦୟପୁର, ରାଜସ୍ଥାନର ମିଳିତ ସହଭାଗିତାରେ ୟୁନିଟ୍ ୩ ସ୍ଥିତ ସତ୍ୟସାଇ ସେବା ସଂଗଠନର ‘ସାଇଜନନୀ’ ଠାରେ କୃତିମ ଅଙ୍ଗ ପ୍ରତିରୋପଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଗତ ତା ୧୮.୧୧.୨୦୨୩ରିଖ ରେ ଅନୁଷ୍ଠିତ କୃତ୍ରିମ ଅଙ୍ଗ ପ୍ରତିରୋପଣ ମାପ ଓ ପରାମର୍ଶ ଚିକିତ୍ସା ଶିବିରରେ କିଛି ବ୍ୟକ୍ତିବିଶେଷଙ୍କ କୃତ୍ରିମ ଅଙ୍ଗ ପାଇଁ ମାପ ନିଆଯାଇଥିଲା । ଆଜି କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗର ପ୍ରତିରୋପଣ ପ୍ରଦାନ କରାଯାଇ ସେମାନଙ୍କୁ ପରବର୍ତ୍ତି ଚିକିତ୍ସା ପାଇଁ ପରାମର୍ଶ  ଦିଆଯାଇଥିଲା। ଓଡ଼ିଶା ର ବିଭିନ୍ନ ଜିଲାର ୧୮୫ ଜଣଙ୍କର କୃତ୍ରିମ ଅଙ୍ଗ ପ୍ରତିରୋପଣ କରାଯାଇଥିଲା।

ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିଥିବା ନାରାୟଣ ସେବା ସଂସ୍ଥାନ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଅତି ଉଚ୍ଚମାନର କୃତ୍ରିମ ଅଙ୍ଗ ପ୍ରତିରୋପଣ ଦ୍ବାରା ସମସ୍ତ ଦିବ୍ୟଙ୍ଗ ମାନେ ବହୁତ ପ୍ରଶଂସା କରି ଖୁସି ହୋଇଥିଲେ।
ନାରାୟଣ ସେବା ସଂସ୍ଥାନର ଡାକ୍ତର ମାନସ କୁମାର ସାହୁ, ସଂଯୋଜକ ଲାଲ୍ ସିଂ ଭାଟି ତଥା ୧୩ଜଣ ସହଯୋଗୀ ସହିତ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି, ଉପ ସଭାପତି, ଭୁବନେଶ୍ୱର ସାଇ ଜିଲା ସଭାପତି ତଥା ଜିଲାର ସମସ୍ତ ୬ଟି ସତ୍ୟସାଇ ସେବା ସମିତି ର ଆବାହକ, କର୍ମକର୍ତ୍ତା ଓ ସାଇ ସେବକ ଓ ସେବିକାମାନଙ୍କର ସେବାରେ କୃତିମ ଅଙ୍ଗ ପ୍ରତିରୋପଣ ଶିବିର ସମ୍ପନ୍ନ ହୋଇଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories