ସନ୍ଦେଶଖାଲି ଘଟଣାରେ ମମତାଙ୍କ ସରକାରଙ୍କୁ ଭର୍ସନା- ଶାହାଜହାଁକୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ

କୋଲକତା- ସନ୍ଦେଶଖାଲିରେ ହିନ୍ଦୁ ମହିଳାମାନଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରାଯିବା ଅଭିଯୋଗରେ ତୃଣମୂଳର ବାହୁବଳୀ ନେତା ଶାହାଜାହାଁ ଶେଖକୁ ତୁରନ୍ତ ଗିରଫ କରିବା ପାଇଁ ମମତା ବାନାର୍ଜୀଙ୍କ ସରକାରଙ୍କୁ କୋଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଶେଖଙ୍କ ଗିରଫଦାରୀ ଉପରେ କଟକଣା ଲଗାଇବା ପାଇଁ ମନା କରିଦେବା ସହ ସରକାର ଏହି ଘଟଣାରେ ତୁରନ୍ତ ଏପରି ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ବିଜେପି ଏହି ଘଟଣାରେ ମମତାଙ୍କ ସରକାରକୁ ଭର୍ସନା କରିଛି । ମମତା ବାନାର୍ଜୀଙ୍କୁ ଭୋଟ୍‌ ଦେଇଥିବା ମହିଳାମାନେ ତୃଣମୂଳ କଂଗ୍ରେସର ନେତାଙ୍କୁ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ସେ ନେଇ ବିଜେପି ଅଭିଯୋଗ କରିଛି ।

ମହିଳାମାନଙ୍କୁ ନିର୍ଯ୍ୟାତନା ଦେବା ପରେ ସେମାନଙ୍କ ଘର ଏବଂ ଜମିକୁ ଶାହାଜାହାଁ ଏବଂ ତାର ଗୁଣ୍ଡାମାନେ ଜବରଦସ୍ତ ଅକ୍ତିଆର କରୁଥିଲେ । ରାସନ କାର୍ଡ ଦୁର୍ନୀତି ମାମଲାରେ ଶାହାଜାହାଁ ଘରକୁ ତଲାସୀ ପାଇଁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରଙ୍କ ଉପରେ ଶାହାଜାହାଁର ଭଡାଟିଆ ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ତୃଣମୂଳ କଂଗ୍ରେସର ନେତା ଅଭିଷେକ ବାନାର୍ଜୀ ଏହି ଘଟଣା ପାଇଁ ନ୍ୟାୟପାଳିକାକୁ ଦୋଷ ଦେଇଥିଲେ । ଏହି ଘଟଣାକୁ ବଞ୍ଚାଇ ରଖିବା ପାଇଁ ନ୍ୟାୟାପାଳିକାର ଆଶ୍ରୟ ନିଆଯାଇଥିବା ସେ ଅଭିଯୋଗ କରିଥିଲେ ।

ରାସନ୍‌ କାର୍ଡ ଦୁର୍ନୀତି ମାମଲାରେ ଶାହାଜାହାଁ ଶେଖ୍‌ ଘରକୁ ଯାଇଥିବା ଇଡି ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । ଏହାପରେ କୋଲକତା ହାଇକୋର୍ଟ ଇଡି ଏବଂ ପୁଲିସଙ୍କ ମିଳିତ ଯାଞ୍ଚ ଦଳ ଗଠନ ପାଇଁ ନିର୍ଦେଶ ଦେଇଥିଲେ । ପରେ ପଶ୍ଚିମବଙ୍ଗ ପୁଲିସ ସ୍ୱତନ୍ତ୍ର ଭାବେ ଯାଞ୍ଚ ପାଇଁ ଅନୁମତି ମାଗିଥିଲା । କୋର୍ଟ ପୁଲିସର ଯାଞ୍ଚ ଉପରେ ରୋକ ଲଗାଇ ଇଡି ଏହାର ତଦନ୍ତ କରୁ ବୋଲି ନିର୍ଦେଶ ଦେଇଛନ୍ତି ।

Comments are closed.