www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସହ ରାଜନୈତିକ ସଂକଟ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ

କଲମ୍ବୋ: ସ୍ୱାଧୀନତା ପରେ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଓ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଇସ୍ତଫା ଦେବା ପରେ ମହିନ୍ଦା ରାଜପକ୍ଷ ସାଧାରଣ ଜନତାକୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଲୋକେ ଏକଥା ମନେ ରଖିବା ଉଚିତ ଯେ ହିଂସା କେବଳ ଆଉ ଗୋଟିଏ ହିଂସାକୁ ଜନ୍ମ ଦେଇଥାଏ। ଦେଶରେ ଦେଖା ଦେଇଥିବା ଆର୍ଥକ ସମସ୍ୟା ପାଇଁ ଏକ ଆର୍ଥିକ ସମାଧାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ମଧ୍ୟ ରାଷ୍ଟ୍ରପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ି ଥିଲା। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା।
ଶ୍ରୀଲଙ୍କାରେ ଜୀବନଯାପନ କରିବା କଷ୍ଟକର ହେବା ପରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ। ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲ। ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହୋଇଥିଲା। ଏହା ପରେ ସରକାର ଆନ୍ଦୋଳନକୁ ପ୍ରସମିତ କରିବା ପାଇଁ ଦେଶରେ କର୍ଫ୍ୟୁ ଲାଗୁ କରିଥିଲେ। ତେବେ ଉତ୍ତ୍ୟକ୍ତ ଜନତା ଆଇନ ଅମାନ୍ୟ କରି ଆନ୍ଦୋଳକୁ ତୀବ୍ର କରିଥିଲେ।

ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକେ ପ୍ରାୟ ୩୦ଦିନରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନ ବଢ଼ିବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଅଫିସ ଭଙ୍ଗାରୁଜା ହେବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories