www.samajalive.in
Sunday, December 14, 2025
23.1 C
Bhubaneswar

ଅଶାନ୍ତ ସମୁଦ୍ରରେ ଫସିଥିବା ୧୧ଜଣ ମତ୍ସ୍ୟଜୀବୀଙ୍କୁ କରାଗଲା ଏୟାରଲିଫ୍ଟ

ଭୁବନେଶ୍ବର: ଅଶାନ୍ତ ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କରାଗଲା ଏୟାରଲିଫ୍ଟ। ହେଲିକପ୍ଟର ଯୋଗେ ଫସି ରହିଥିବା ସମସ୍ତ ୧୧ଜଣ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସଆରସି ଶ୍ରୀ ଜେନା କହିଛନ୍ତି ଯେ ବିଶାଖାପାଟଣାରୁ ଆସୁଥିବା ଏକ ବୋଟ ସମୁଦ୍ରରେ ଫସି ରହିଥିବା ସୂଚନା ମିଳିଥିଲା। ୨୦ ମିନିଟ ମଧ୍ୟରେ ଏୟାରଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅଶାନ୍ତ ସମୁଦ୍ର ଭିତରେ ମାଛଧରା ଡଙ୍ଗା ସହ ୧୧ଜଣ ମତ୍ସ୍ୟଜୀବୀ ଫସି ରହିଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ସୁନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା। ସେମାନଙ୍କ ଡଙ୍ଗାରେ ଯାନ୍ତ୍ରିକ ତୃଟି ରହିଥିବାରୁ ଅଶାନ୍ତ ସମୁଦ୍ର ଭିତରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ମତ୍ସ୍ୟଜୀବୀ ସଂଘ ପକ୍ଷରୁ ତତ୍କାଳ ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା। ଉପଜିଲାପାଳ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଥିଲେ। ଗଞ୍ଜାମ ଜିଲାପାଳ ଏସଆରସିଙ୍କୁ ଏନେଇ ସୂଚନା ଦେବା ପରେ ପାରାଦୀପରେ ଥିବା କୋଷ୍ଟଗାର୍ଡ ସମସ୍ତଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲା। ଜଣଙ୍କ ପରେ ଜଣେ ସମସ୍ତଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲେ। ଜିଲା ପ୍ରଶାସନ, ପୁଲିସ ଓ ପାରାଦୀପରେ ଥିବା କୋଷ୍ଟଗାର୍ଡର ମିଳିତ ସହଯୋଗରେ ପକ୍ଷରୁ ହେଲିକପ୍ଟର ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା। ବାତ୍ୟା ଅସାନିର ପ୍ରଭାବ ଯୋଗୁ ସମୁ୍ଦରେ ପ୍ରବଳ ଢେଉଥିବା ବେଳେ ସେମାନେ ଡଙ୍ଗାରେ ଯାନ୍ତ୍ରିକ ତୃଟି ଯୋଗୁ ଏହାକୁ କାଟି ସେମାନେ ଫେରିପାରୁନଥିଲେ। ଏହାପରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ବର୍ତ୍ତମାନ ସମସ୍ତେ ଉଦ୍ଧାର ହୋଇଛନ୍ତି। ୧୧ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚି ଯାଇଥିବାରୁ ସେମାନଙ୍କ ପରିବାର ଓ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନ, ପୁଲିସ ଅଧିକାରୀ ଏବଂ କୋଷ୍ଟଗାର୍ଡଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories