www.samajalive.in
Sunday, December 14, 2025
17.1 C
Bhubaneswar

ରାତିଅଧରେ ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏବେବି ଲାଗିରହିଛି ଅର୍ଥନୈତିକ ସଂକଟ ସହ ରାଜନୈତିକ ସଂକଟ । ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ବେଳେ ରାତିଅଧରେ ଗୋଟାବାୟା ଦେଶ ଛାଡ଼ି ପଳାୟନ କରିଛନ୍ତି ।  ସାଥିରେ ପତ୍ନୀ ଓ ୨ସୁରକ୍ଷାକର୍ମୀଙ୍କୁ ଧରି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ଚାଲିଯାଇଥିବା ସୂଚନା ମିଳିଛି । ଏନେଇ ଆଜି ବାଚସ୍ପତି ସଂସଦରେ ଗୋଟାବାୟାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେବେ । ପରେ ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଆଜି ନୂତନ ନାମ ଘୋଷଣା କରାଯିବ ବୋଲି କୁହାଯାଉଛି ।

courtesy 4news

ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଦେଖା ଦେଇଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିକ୍ଷୋଭକାରୀ । ହଜାର ହଜାର ସଂଖ୍ୟକ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଶାସକ ଦଳର କିଛି ନେତା ଓ କର୍ମୀଙ୍କ ଉପରେ ପୂର୍ବରୁ ଆକ୍ରମଣ ମଧ୍ୟ ହୋଇଛି । ଖାଲି ସେତିକି ନୁ​‌ହେଁ ବିକ୍ଷୋଭକାରୀ ମାନେ ମଧ୍ୟ ରାଷ୍ଟ୍ରପତି ଭବନରେ ଧସେଇ ପଶିଥିବା ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ରାଷ୍ଟ୍ରପତି ଭବନରେ କିଛି ଯୁବକ ପଶିଥିବା ଭିଡିଓ ଭାଇରାଲ ହେଉଥିଲା ।

- Advertisement -

ଭିଡିଓରେ କିଛି ଯୁବକ ରାଷ୍ଟ୍ରପତି ଭବନରେ ମସ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଶ୍ରୀଲଙ୍କାରେ ନିତ୍ୟ ବ୍ୟବହାର ଦ୍ରବ୍ୟର ଦର ଆକାଶ ଛୁଆଁ ରହିଛି । ଶ୍ରୀଲଙ୍କାରେ ଟମାଟୋ କିଲୋପ୍ରତି ୧୫୦ ଟଙ୍କା ରହିଥିବା ବେଳେ ମୂଳା କିଲୋ ୪୯୦ ଟଙ୍କା, ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅନ୍ୟାନ୍ୟ ଦର ମଧ୍ୟ ବୃଦ୍ଧି ପାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories