www.samajalive.in
Monday, December 15, 2025
15.1 C
Bhubaneswar

ଗୁଜରାଟକୁ ପ୍ରଥମ ପରାଜୟର ସ୍ବାଦ ଚଖାଇଲା ସନ୍‌ରାଇଜର୍ସ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ସୋମବାରର ମ୍ୟାଚ୍‌ରେ ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ଗୁଜରାଟ ଟାଇଟାନ୍‌ସକୁ ୮ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି । ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ଟାଇଟାନ୍‌ସ ୭ ୱିକେଟରେ ୧୬୨ ରନ୍‌ କରିଥିଲା। ପରେ ଅଧିନାୟକ କେନ୍ ୱିଲିୟମ୍‌ସନଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ୫ଟି ବଲ୍ ବାକିଥାଇ ୨ ୱିକେଟ ହରାଇ ସନ୍‌ରାଇଜର୍ସ ଜିତିଥିଲା। ଚଳିତ ଆଇପିଏଲ୍‌ର ନୂଆ ଦଳ ଗୁଜରାଟ ଟାଇଟାନ୍‌ସ ପ୍ରଥମ ୩ଟିଯାକ ମ୍ୟାଚ୍ ଜିତିବା ପରେ ପ୍ରଥମ ପରାଜୟ ଭୋଗିଛି। ଅନ୍ୟପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ ହାରିବା ପରେ ସନ୍‌ରାଇଜର୍ସ କ୍ରମାଗତ ୨ୟ ବିଜୟ ହାସଲ କରିଛି।
ସନ୍‌ରାଇଜର୍ସ ହାଇଦରାବାଦ ୧୬୩ ରନ୍‌ ଲକ୍ଷ୍ୟ ନେଇ ଓପ୍‌ନିଂ ଯୋଡ଼ିରେ ୬୪ ରନ୍‌କରି ଦୃଢ଼ ଜବାବ ଦେଇଥିଲା। ଯୁବ ଓପ୍‌ନର ଅଭିଷେକ ଶର୍ମା ୩୨ ବଲ୍‌ରୁ ୬ଟି ଚୌକା ସହ ୪୨ ରନ୍‌କରି ଆଉଟ ହୋଇଥିଲେ। ପରେ କେନ୍ ୱିଲିୟମ୍‌ସନ ଓ ରାହୁଲ ତ୍ରିପାଠୀ ଦ୍ରୁତ ୪୦ ରନ୍‌ ଯୋଗ କରିଥିଲେ। ୧୩.୧ ଓଭରରେ ସ୍କୋର୍ ୧୦୪ ରନ୍‌ ଥିବା ବେଳେ ତ୍ରିପାଠୀ ୧୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍‌କରି ରିଟାୟର୍ଡ ହର୍ଟ ହୋଇ ଫେରିଥିଲେ। ଅର୍ଦ୍ଧଶତକ ପୂରଣ ପରେ ୱିଲିୟମ୍‌ସନ ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମ୍‌ସନ ୪୬ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୭ ରନ୍‌ କରିଥିଲେ। ପରେ ବାମହାତି ନିକୋଲାସ୍ ପୁରନ୍ ଆକ୍ରମଣ କରିଥିଲେ। ପୁରନ୍ ୧୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୮ ଏବଂ ଐଡେନ୍ ମାର୍କରାମ ୮ ବଲ୍‌ରୁ ୧୨ ରନ୍‌କରି ଅପରାଜିତ ରହିଥିଲେ। କେନ୍‌ ୱିଲିୟମ୍‌ସନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ଟସ୍ ଜିତି ସନ୍‌ରାଇଜର୍ସ ହାଇଦରାବାଦ ଫିଲ୍‌ଡିଂ ନେବା ପରେ ଗୁଜରାଟ ଟାଇଟାନ୍‌ସ ପୂର୍ବ ୩ଟି ମ୍ୟାଚ୍ ପରି ବ୍ୟାଟିଂ କରି ପାରିନଥିଲା। ୮ ଓଭରରେ ଗୁଜରାଟ ୩ ୱିକେଟରେ ୬୪ ରନ୍‌ କରିଥିଲା। ଗତ ୨ଟି ମ୍ୟାଚ୍‌ର ବ୍ୟାଟିଂ ହିରୋ ଶୁବ୍‌ମାନ ଗିଲ୍‌ ୭ ଓ ସାଇ ସୁଦର୍ଶନ ୧୧ ରନ୍‌କରି ଆଉଟ ହୋଇଥିଲେ। ମାଥ୍ୟୁ ୱେଡ୍‌ ୮ ଓଭର କ୍ରିଜ୍‌ରେ ରହି ୧୯ଟି ବଲ୍‌ରୁ ମୁକାବିଲା କରି ୩ଟି ଚୌକା ସହ ୧୯ ମାତ୍ର କରି ପାରିଥିଲେ। ଏହାପରେ ଡେଭିଡ୍‌ ମିଲର ମଧ୍ୟ ନିରାଶକରି ୧୫ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇଥିଲେ। ୧୦୪ ରନ୍‌ରେ ୪ଟି ୱିକେଟ ପଡ଼ିବା ପରେ ହାର୍ଦିକ ପାଣ୍ଡ୍ୟା ଓ ଅଭିନବ ମନୋହରଙ୍କ ଇନିଂସ ଯୋଗୁଁ ଗୁଜରାଟ ୧୬୨ ରନ୍‌ରେ ପହଞ୍ଚି ପାରିଥିଲା। ଦୁହେଁ ୫ମ ୱିକେଟ ପାଇଁ ୩୨ ବଲ୍‌ରୁ ୫୦ ରନ୍‌ ଯୋଗ କରିଥିଲେ। କର୍ଣ୍ଣାଟକର ମନୋହର ଆକ୍ରମଣ କରି ୨୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ରାହୁଲ ତିୱତିଆ ୬ ରନ୍‌ କରି ପାରିଥିଲେ। ହାର୍ଦିକ ପାଣ୍ଡ୍ୟା ୪୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ଥିଲେ। ଭୁବନେଶ୍ବର କୁମାର ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories