www.samajalive.in
Sunday, December 14, 2025
19.1 C
Bhubaneswar

ଅକ୍ଟୋବର ୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍ପଟ୍ ନାମଲେଖା

ଡେସ୍କ: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି ବିଷୟରେ କରାଯିବ। ନାମଲେଖା ପ୍ରକ୍ରିୟା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେଣୁ ପ୍ରାର୍ଥୀମାନେ ଏହାର ସୁଯୋଗ ନେବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/ ୩ ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

- Advertisement -

ସ୍କୁଲ୍ ଅଫ୍ ସର୍ଭିସେସ୍ ଅଧୀନରେ ହେୟାର ଫ୍ୟାସନ ଆଣ୍ତ ଡିଜାଇନ ଏବଂ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଭଳି ଦୁଇଟି ଅତ୍ୟାଧୁନିକ ବିଷୟ ରହିଛି। +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏଥିରେ ନାମ ଲେଖାଇପାରିବେ। ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ସିଏଲସି ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଛି। ତା’ଛଡ଼ା ଚଳିତ ଶିକ୍ଷାବର୍ଷରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ଏବଂ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି।

ସ୍ପଟ୍ ନାମଲେଖା ସମ୍ପର୍କରେ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.orgରୁ ଅଧିକ ସୂଚନା ପାଇପାରିବେ। ଏହା ଛଡ଼ା ୧୮୦୦ ୨୬୬ ୬୦୦୨/ ୦୬୭୪ ୨୫୮୦୦୭୯ ନମ୍ବରରେ କଲ୍ କରିପାରିବେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories