କ୍ରୀଡା ଛାତ୍ରାବାସ ପାଇଁ କ୍ରୀଡାବିତ ମନୋନୟନ
ଆଠଗଡ : କ୍ରୀଡା ଛାତ୍ରାବାସ ପାଇଁ କ୍ରୀଡାବିତଙ୍କୁ ମନୋନୟନ ଲାଗି ଆଠଗଡ ଓ ତିଗିରିଆ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ଖେଳକୁଦ ପ୍ରତିଯୋଗିତା ଶୁକ୍ରବାର ଆଠଗଡ କ୍ରୀଡାଙ୍ଗନ ଓ ମହାତ୍ମା ଗାନ୍ଧୀ ଇଂଲିସ ମିଡିୟମ ସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଓ ତିଗିରିଆ ବ୍ଲକର ୧୫ବର୍ଷରୁ କମ ବୟସ୍କ ୨୪୬ଜଣ ଛାତ୍ରଛାତ୍ରୀ ଯୋଗଦେଇ ଫୁଟବଲ, ବାସ୍କେଟ, ଭଲି, ଖୋ-ଖୋ, କବାଡି ଓ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କର କ୍ରୀଡା ନିପୁଣତାକୁ ନେଇ ମୂଲ୍ୟାୟନ କରାଯାଇଥିଲା। ଏହି ମୂଲ୍ୟାୟନ ତାଲିକାକୁ ଜିଲ୍ଲା କ୍ରୀଡାଧିକାରୀଙ୍କ ନିକଟକୁ ପଠାଯାଇଛି। ଏହାପରେ ରାଜ୍ୟସ୍ତରୀୟ ମନୋନୟନ କମିଟି ସେମାନଙ୍କ ମଧ୍ୟରୁ କେଉଁମାନେ କ୍ରୀଡା ଛାତ୍ରାବାସରେ ସ୍ଥାନ ଓ ତାଲିମ ପାଇବେ ତାହା ସ୍ଥିର କରାଯାଇ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଏଥିରେ ଯୋଗ ଦେଇଥିବା କଟକ ଜିଲ୍ଲା ଶିକ୍ଷାଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ ପ୍ରକାଶ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାକୁ ସମସରପୁରସ୍ଥିତ ସାବିତ୍ରୀରଥ ବିଦ୍ୟାପୀଠର କ୍ରୀଡାଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବିଶ୍ୱନାଥ ବିଦ୍ୟାପୀଠର କ୍ରୀଡାଶିକ୍ଷକ ମଧୁସୁଦନ ସାହୁ, ଧୁରୁଷିଆ ସ୍କୁଲ କ୍ରୀଡାଶିକ୍ଷକ ରବିନାରାୟଣ ମହାନ୍ତି, କ୍ରୀଡା ଶିକ୍ଷକ ବିଜୟ କୁମାର ସାହୁ ନୀଳମଣି କଅଁର, ଶାନ୍ତନୁ କୁମାର ସାହୁ, ରେହମତ ବେଗମ, ସଂଯୁକ୍ତା ସାହୁ, ରଶ୍ମିବାଳା ରାଉତଙ୍କ ସମେତ ପ୍ରାୟ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଯୋଗଦେଇ ପରିଚାଳନା କରିଥିଲେ।
Comments are closed.