www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ଓପନ ଦୌଡ଼କୁଦ ଆରମ୍ଭ; ଶପଥ ପାଠ କରାଇଲେ ପୂର୍ଣ୍ଣିମା

ଭୁବନେଶ୍ୱର : ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା। ମଙ୍ଗଳବାର ସନ୍ଧ୍ୟାରେ ପ୍ରତିଯୋଗିତାକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଛନ୍ତି। ଉଦ୍‍ଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦେଶକ ଆର. ବିନୀଳ କୃଷ୍ଣ, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‍ଆଇ)ର ସମ୍ପାଦକ ସି.କେ. ଭାଲ୍‍ସନ, ଭାରତୀୟ ଆଥ୍‍ଲେଟିକ୍‍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଅର୍ଜୁନ ପୁରସ୍କାରପ୍ରାପ୍ତ ବାହାଦୁର ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ସରକାର ଜାତୀୟ ଓପନ ଦୌଡ଼କୁଦକୁ ସୁନ୍ଦର ଆୟୋଜନ କରିଛନ୍ତି। ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଭୁବନେଶ୍ୱର ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି। କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ବିଶ୍ୱସ୍ତରୀୟରେ ପରିଣତ ହୋଇଛି। ଜାତୀୟ ଓପନ ଆଥ୍‍ଲେଟ ଯୁବ ଖେଳାଳିମାନଙ୍କ ପାଇଁ ଆଗକୁ ବଢିବା ନେଇ ବଡ଼ ସୁଯୋଗ ବୋଲି ଭାଲସନ ମତପ୍ରକାଶ କରିଥିଲେ। ଓଡ଼ିଶା ସରକାର ଓ ଆଥ୍‍ଲେଟିକ ଫେଡ଼େରେଶନ ଅଫ ଇଣ୍ଡିଆ ଓ ଓଡ଼ିଶା ଆଥ୍‍ଲେଟିକ ଆସୋସିଏସନର ମିିଳିତ ସହଯୋଗରେ ଆୟୋଜିତ ପ୍ରତିଯୋଗିତାରେ ମୋଟ ୭୪୦ ଜଣ ଆଥ୍‍ଲେଟ୍‍ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରେ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା ୯ଜଣ ଆଥ୍‍ଲେଟଙ୍କ ସମେତ ୩ ଜାପାନ ଆଥ୍‍ଲେଟ୍‍ ରହିଛନ୍ତି। ଓଡ଼ିଶା ପୁଲିସର ବ୍ୟାଣ୍ଡ୍‌ର ତାଳେତାଳେ ଆୟୋଜିତ ମାର୍ଚ୍ଚପାଷ୍ଟରେ ଖେଳାଳି ଅଂଶଗ୍ରହଣ କରିବା ପରେ ଓଡ଼ିଶାର ହେପ୍‍ଟାଥଲନ୍‍ ରାଣୀ ପୂର୍ଣ୍ଣିମା ହେମ୍ବ୍ରମ୍‍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ପ୍ରତିଯୋଗିତାରେ ପୂର୍ଣ୍ଣିମାଙ୍କ ସହ ଅମିୟ ମଲ୍ଲିକ ଓଡ଼ିଶାର ଶ୍ରେଷ୍ଠ ପଦକ ଆଶାୟୀ ଭାବେ ରହିଛନ୍ତି। ପ୍ରତିଯୋଗିତା ୨୮ରେ ଉଦ୍‍ଯାପିତ ହେବ।
ଓଡ଼ିଶା ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା
ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କୁ ଉତ୍ସାହିତ କରିବା ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ସ୍ୱର୍ଣ୍ଣ ପାଇଁ ୧୦ ହଜାର, ରୌପ୍ୟ ପାଇଁ ୭୫୦୦ ଓ ବ୍ରୋଞ୍ଜ ପାଇଁ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଘୋଷଣା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories