www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସ-ଆଇନଜୀବୀ ବିବାଦ

କଟକ : ଆଇନଜୀବୀଙ୍କ ଆନ୍ଦୋଳନର ୨୮ଦିନରେ ପହଞ୍ଚିଛି। ସମାଧାନର ବାଟ ଫିଟି ପାରୁନାହିଁ। ସରକାର ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ପୂର୍ବରୁ ହାଇକୋର୍ଟ ସମେତ ବିଭିନ୍ନ ନିମ୍ନ ଅଦାଲତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଆଇନଜୀବୀମାନେ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ହାଇକୋର୍ଟ ସନ୍ନିକଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ, ରେଭେନ୍ସା କଲିଜିଏଟ ସ୍କୁଲ, ଶିଶୁ ଭବନ ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ ଅଚଳ କରିଦେଇଛନ୍ତି। ୧୦ଟା ପୂର୍ବରୁ ଆଇନଜୀବୀମାନେ ବିଭିନ୍ନ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ହାଇକୋର୍ଟର ୪ଟି ପ୍ରବେଶପଥ ସମେତ ଡିପିଓ ଗଡ଼ାଣି, ଚାନ୍ଦିନିଚୌକ ଛକ ପାର୍ଶ୍ବ ରାସ୍ତା, ହାଇକୋର୍ଟ ଟ୍ରାଫିକ ଛକ, ନଦୀକୂଳ ସାମ୍ନା ପ୍ରବେଶ ପଥକୁ ଆଇନଜୀବୀମାନେ ଅବରୋଧ କରି ବିଭିନ୍ନ ନାରାବାଜି ଦେଇଥିଲେ। ହାଇକୋର୍ଟର ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀ, ସରକାରୀ ଅଫିସର ଓ କର୍ମଚାରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ସମର୍ଥ ହୋଇପାରିନଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଫଳରେ ଜିଲାପାଳ ଓ ଅନ୍ୟାନ୍ୟ ଅଫିସ, ଅଦାଲତକୁ ନିଜ କାମରେ ଆସିଥିବା ବହୁ ଲୋକଙ୍କୁ ନିରାଶରେ ଫେରିବା ପାଇଁ ପଡିଥିଲା। ଜିଲାପାଳ ଅଫିସଠାରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ, ପୋଷ୍ଟଅଫିସ ଓ ଅନ୍ୟ କାର୍ଯ୍ୟାଳୟ ସାମ୍ନା ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଧାରଣାରତ ଆଇନଜୀବୀମାନେ ପୁଲିସ କମିସନର, ଡିସିପିଙ୍କ ଇସ୍ତଫା ଦାବିକୁ ଜୋରଦାର କରିଥିବାବେଳେ ଆମ୍ବୁଲାନ୍ସ, ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନଥିଲେ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଗଲେ, ଆସନ୍ତାକାଲି ସାଧାରଣ ପରିଷଦ ବୈଠକ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ‘ନବୀନ ନିବାସ’ ଘେରାଉ କରିବା ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟବ୍ୟାପୀ ଆଇନଜୀବୀମାନେ ଏଥିରେ ସାମିଲ ହେବାକୁ ନିବେଦନ କରାଯାଇଥିବା ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories