www.samajalive.in
Monday, December 15, 2025
16.1 C
Bhubaneswar

୧୪ କୋଟିର ଦୀପକ ଚହର ଆଇପିଏଲ୍‌ରୁ ବାଦ୍‌

ମୁମ୍ବଇ: ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଦୀପକ ଚହର ଚଳିତ ଆଇପିଏଲ୍‌ ସଂସ୍କରଣରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଚହରଙ୍କ ପିଠିରେ ଆଘାତ ଲାଗିବା ଯୋଗୁଁ ସେ ଦୀର୍ଘଦିନ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଗତବର୍ଷ ଦୀପକ ଚହର ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପାଇଁ ଖେଳି ଦଳକୁ ଚମ୍ପିଆନ୍ କରିବାରେ ଉଲ୍ଲେଖନୀୟ ଯୋଗଦାନ କରିଥିଲେ। ହେଲେ ଗତ ନିଲାମ ପୂର୍ବରୁ ଦୀପକ ଚହରଙ୍କୁ ସିଏସ୍‌କେ ଛାଡ଼ି ଦେଇଥିଲା। ହେଲେ ଦୀପକ ଚହର ଜଣେ ମ୍ୟାଚ୍‌ ବିଜେତା ହୋଇଥିବାରୁ ମେଗା ନିଲାମରେ ତାଙ୍କୁ ସିଏସ୍‌କେ ୧୪ କୋଟି ଟଙ୍କାର ମୋଟା ଅର୍ଥରେ କିଣିଥିଲା। ପୂର୍ବରୁ ନିଲାମରେ ସିଏସ୍‌କେ କାହାରିକୁ ଏତେ ଅର୍ଥରେ କିଣିନଥିଲା।

ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳୁଥିବା ବେଳେ ଦୀପକ ଚହରଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ପରେ ସେ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)କୁ ଯାଇ ସୁସ୍ଥହେବା ଲାଗି ଅଭ୍ୟାସ କରୁଥିଲେ। ସିଏସ୍‌କେ ପକ୍ଷରୁ କୁହା ଯାଇଥିଲା ଯେ ଦୀପକ ଏପ୍ରିଲ ୨ୟ ସପ୍ତାହରୁ ଖେଳିବାକୁ ସମର୍ଥ ହେବେ। ହେଲେ ଏନ୍‌ସିଏରେ ଅଭ୍ୟାସ କରିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ଫଳ​‌େ​‌ର ଆଇପିଏଲ୍‌ର ୨୦୨୨ ସଂସ୍କରଣରୁ ଦୀପକ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଦୀପକଙ୍କ ଅନୁପସ୍ଥିତିରେ ସିଏସ୍‌କେର ପେସ୍ ଆକ୍ରମଣ ଦୁର୍ବଳ ହୋଇ ଯାଇଥିଲା। ତାଙ୍କ ସ୍ଥାନରେ ସିଏସ୍‌କେ ତୁଷାର ଦେଶପାଣ୍ଡେ ଓ ମୁକେଶ ଚୌଧୁରୀଙ୍କୁ ଖେଳାଇଥିଲେ ହେଁ ସେମାନେ ଏତେ ସଫଳ ହୋଇନଥିଲେ। ସିଏସ୍‌କେ ପାଇଁ ଦୀପକଙ୍କ ଅନୁପସ୍ଥିତି ଶକ୍ତ ଧକ୍କା ପରି ହୋଇଛି। କାରଣ ନୂଆ ବଲ୍‌ରେ ଦୀପକ କମ୍‌ ରନ୍ ଦେବା ସହ ନିୟମିତ ଦଳକୁ ୱିକେଟ ଦେଇଥାଆନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories