www.samajalive.in
Sunday, December 14, 2025
19.1 C
Bhubaneswar

୨୦୧୯ ବିଶ୍ୱକପ୍‍ ପରେ ଅବସର ନିଷ୍ପତ୍ତି : ଯୁବରାଜ

ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ କ୍ରିକେଟ୍‍ର ଯୁବରାଜ ସିଂହ କେବେ ଅବସର ନେବେ ତାହାକୁ ନେଇ ନାନା ମତ ପ୍ରକାଶ ପାଉଥିବା ବେଳେ ୨୦୧୯ ବିଶ୍ୱକପ୍‍ ପରେ ଅବସର ଗ୍ରହଣ ସଂପର୍କରେ ସେ ନିଷ୍ପତ୍ତି ନେବେ ବୋଲି ଯୁବରାଜ ସ୍ପଷ୍ଟ କରି ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ୩୬ ବର୍ଷୀୟ ଏହି ଅଲରାଉଣ୍ଡର କହିଥିଲେ ୨୦୧୯ ପର୍ଯ୍ୟନ୍ତ କ୍ରିକେଟ୍‍ ଖେଳିବାକୁ ସେ ଆଶା ରଖିଛନ୍ତି। ସେହିବର୍ଷ ବିଶ୍ୱକପ୍‍ କ୍ରିକେଟ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱକପ୍‍ ଶେଷ ହେବା ପରେ ଅବସର ଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବେ। ସେ ୨୦୦୦ ମସିହାରୁ ଅନ୍ତର୍ଜାତୀୟ କ୍ରିକେଟ୍‍ ଖେଳୁଛନ୍ତି। ଇତିମଧ୍ୟରେ ୧୮ ବର୍ଷ ସଂପୂର୍ଣ୍ଣ କରି ସାରିଲେଣି। ପ୍ରତ୍ୟେକ ଖେଳାଳି ଦିନେ ନା ଦିନେ କ୍ରିକେଟ୍‍ରୁ ଅବସର ନେଇଥାନ୍ତି। ତେଣୁ ଅବସର ଗ୍ରହଣକୁ ନେଇ ସେ ଆଦୌ ଚିନ୍ତିତ ନୁହନ୍ତି। ତେବେ ତାଙ୍କ ନିକଟରେ ଆଉ କିଛିବର୍ଷ କ୍ରିକେଟ୍‍ ଖେଳିବାର ଦକ୍ଷତା ରହିଥିବା ଅନୁଭବ କରୁଛନ୍ତି। ଏହାକୁ ଦୃଷ୍ଟିରେ ୨୦୧୯ ବିଶ୍ୱକପ୍‍ କ୍ରିକେଟ୍‍ ପରେ ଅବସର ଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବେ। ଯୁବରାଜ ଜାତୀୟ ଦଳ ତରଫରୁ ୨୦୧୭ ଜୁନ୍‍ରେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍‍ରେ ଖେଳିଥିଲେ। ଆଇପିଏଲ୍‍ରେ କିଙ୍ଗ୍‍ସ ଏକାଦଶ ତରଫରୁ ଖେଳୁଥିବା ଯୁବରାଜ କହିଛନ୍ତି ଆଇପିଏଲ୍‍ର ସେମିଫାଇନାଲ ନିମନ୍ତେ ଯୋଗ୍ୟତା ହାସଲ କରିବା ଦଳର ପରବର୍ତ୍ତୀ ଲକ୍ଷ୍ୟ। କିଙ୍ଗସ୍‍ ଏକାଦଶ ଦଳ ବେଶ୍‍ ଶକ୍ତିଶାଳୀ ଥିବା ଯୁବରାଜ କହିଛନ୍ତି।
ଦଳର ବ୍ୟାଟିଂ ବେଶ୍‍ ଶକ୍ତିଶାଳୀ ଥିବା ବେଳେ ବୋଲରମାନେ ମଧ୍ୟ ବେଶ୍‍ ଭଲ ଫର୍ମରେ ଅଛନ୍ତି। ତେଣୁ ଦଳ ସେମିଫାଇନାଲକୁ ପ୍ରବେଶ କରିବାକୁ ଆଶା ରଖିଛି। ବର୍ତ୍ତମାନ ଦଳ ଯେପରି ଭାବେ ପ୍ରଦର୍ଶନ କରୁଛି ତାହାକୁ ଦୃଷ୍ଟିରେ ରଖି ଦଳ ଚମ୍ପିଆନ୍‍ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଗତ ୧୯ରେ ସନରାଇଜର୍ସ ହାଇଦରାବାଦ୍‍ ବିପକ୍ଷରେ ଶତକ ହାସଲ କରିଥିବା ସାଥୀ ଖେଳାଳି କ୍ରିସ୍‍ ଗେଲ୍‍ଙ୍କ ଉଚ୍ଚପ୍ରଶଂସା କରି ଯୁବରାଜ କହିଥିଲେ, ଯଦି ଗେଲ୍‍ ସମାନ ପ୍ରକାର ପ୍ରଦର୍ଶନ ବଜାୟ ରଖନ୍ତି ତେବେ ପଞ୍ଜାବ ଦଳକୁ ବିଜୟୀ ହେବାରୁ କେହି ବଞ୍ଚିତ କରିପାରିବେ ନାହିଁ। ଗେଲ୍‍ଙ୍କ ସହ ଖେଳିବାର ସୁଯୋଗ ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି ବୋଲି ଯୁବରାଜ କହିବା ସହ ସେ ବିଶ୍ୱର ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ୍‍ ବୋଲି ସ୍ପଷ୍ଟ କରି ଦେଇଛନ୍ତି।
ଆଇପିଏଲ୍‍ର ଚଳିତ ସିଜିନ୍‍ରେ ପଞ୍ଜାବ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦୀ ଚେନ୍ନଇ ସୁପର କିଙ୍ଗସ୍‍ ଓ କଲକାତା ନାଇଟ୍‍ ରାଇଡର୍ସ ବୋଲି ଯୁବରାଜ ମତ ଦେଇଛନ୍ତି। ଯଦିଓ ଟ୍ୱେଣ୍ଟି୨୦ କ୍ରିକେଟ୍‍ରେ ଅନିଶ୍ଚିତା ଲାଗି ରହିଥାଏ, ତେବେ ଚେନ୍ନଇ ଦଳ ସବୁବେଳେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ କଲକାତା ମଧ୍ୟ ବେଶ୍‍ ଭଲ ଫର୍ମରେ ଥିବା ଯୁବରାଜ କହିଛନ୍ତି। ଆଇପିଏଲ୍‍ରେ ବେଶ୍‍ କିଛି ମ୍ୟାଚ୍‍ ବାକି ଥିବାରୁ ଆଗାମୀ ଦିନରେ ଦର୍ଶକ କେତେକ ରୋଚକ ମ୍ୟାଚ୍‍ର ମଜା ଉଠାଇବେ ବୋଲି ଯୁବରାଜ ଆଶାବ୍ୟକ୍ତ କରିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories