www.samajalive.in
Monday, December 15, 2025
16.1 C
Bhubaneswar

ପଶ୍ଚିମରେ ଅସହ୍ୟ ତାତି

ଭୁବନେଶ୍ୱର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ଅସହ୍ୟ ହେବାରେ ଲାଗିଛି। ଝାଞ୍ଜି ବହିବା ସହିତ ଆକାଶରୁ ନିଆଁହୁଳା ବର୍ଷିବା ପରି ମନେ ହେଉଛି। ଦିନରେ ଘରୁ ବାହାରିବାକୁ ଲୋକମାନେ ଭୟ କରୁଛନ୍ତି। ରାତିରେ ବି ଅସହ୍ୟ ଗରମ ଅନୁଭୂତ ହେଉଛି। ସୋମବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରେକର୍ଡ଼ କରାଯାଇଛି। ସୋନପୁରରେ ୪୨ ଓ ବଲାଙ୍ଗିରରେ ତାପମାତ୍ରା ୪୧.୫ ଡିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୧.୦, ସୁନ୍ଦରଗଡ଼ରେ ୪୧.୫, ହୀରାକୁଦରେ ୪୦.୯ ଓ ମାଲକାନଗିରିରେ ୪୧.୨ ରେକର୍ଡ଼ କରାଯାଇଛି।
ଆଜି ଉପକୂଳ ଓଡ଼ିଶା ଓ ଅନ୍ୟ ପ୍ରମୁଖ ସହରରେ ତାପମାତ୍ରା ସ୍ୱାଭାବିକ ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୯ ଏପ୍ରିଲ ୨୮ ପର୍ଯ୍ୟନ୍ତ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତେବେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କିଛିଟା ହ୍ରାସ ପାଇପାରେ ବୋଲି ସେ କହିଛନ୍ତି। ଆସାମରୁ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଓଡ଼ିଶା ଦେଇ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ରାଜ୍ୟରେ କେତୋଟି ସ୍ଥାନରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories