ଆଜିଠୁ ସ୍ବତନ୍ତ୍ର ଓଜେଇଇ

୨୮ ସହରରେ ୩୮ଟି କେନ୍ଦ୍ର

ଭୁବନେଶ୍ବର :  ଶନିବାର(ଆଜି)ଠାରୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କରୋନା କଟକଣାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।
ରାଜ୍ୟରେ ୨୮ ସହରରେ ୩୮ଟି କେନ୍ଦ୍ର କରାଯାଇ ଥିବାବେଳେ ୩, ୪ ଏବଂ ୭ ତାରିଖରେ ପରୀକ୍ଷା ହେବ। ୪ଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ। ଏମ୍‌ବିଏ, ବି.ଟେକ ଏବଂ ବି.ଫାର୍ମା ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ଚଳିତ ବର୍ଷ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବ୍‌ସାଇଟ୍‌ରୁ ନିଜର ଆଡ଼ମିଟ କାର୍ଡ ଡାଉନଲୋଡ କରିବାକୁ କୁହାଯାଇଛି। ବିନା ଆଡ଼ମିଟ କାର୍ଡରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଇ ଦିଆଯିବ ନାହିଁ। କରୋନା କଟକଣା ପାଇଁ ଯେଉଁ ନିୟମାବଳୀ ରହିଛି ତାକୁ ପାଳନ କରିବାକୁ ହେବ। ପରୀକ୍ଷାର୍ଥୀଙ୍କୁ ମାସ୍କ ପିନ୍ଧି କେନ୍ଦ୍ରକୁ ପ୍ରବେଶ ବାଧ୍ୟତାମୂଳକ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Comments are closed.