www.samajalive.in
Sunday, December 7, 2025
26.1 C
Bhubaneswar

ଶୀତର ଆରମ୍ଭ; ମଥୁରାରେ ପ୍ରଭୁଙ୍କୁ ପିନ୍ଧାଯାଉଛି ଶୀତବସ୍ତ୍ର, ଅର୍ପଣ ହେଉଛି ସ୍ୱତନ୍ତ୍ର ଭୋଗ

ମଥୁରା : କୁହାଯାଏ ଥଣ୍ଡା, ଖରାର ପ୍ରଭାବ କେବଳ ମନୁଷ୍ୟ ନୁହେଁ ବରଂ ଭଗବାନଙ୍କୁ ମଧ୍ୟ ହୋଇଥାଏ। ଏହି ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଭଗବାଙ୍କର ମଧ୍ୟ ଶୀତ ଓ ଖରାର ଦିନରେ କିଛି ସ୍ୱତନ୍ତ୍ର ନୀତିନିୟମ ମଧ୍ୟ ପାଳନ କରାଯାଏ। ଏହି ସମାନ ବିଶ୍ୱାସ ଅନୁଯାୟୀ, ଭଗବାନ କୃଷ୍ଣଙ୍କ ମନ୍ଦିରରେ ଭଗବାନଙ୍କୁ ଶୀତ ଋତୁ ପାଇଁ ଶୀତ ବସ୍ତ୍ର ପିନ୍ଧାଯାଇଛି। ଭଗବାନଙ୍କୁ ଉଷ୍ଣ ପ୍ରକାରର ଭୋଗ ମଧ୍ୟ ଅର୍ପଣ କରାଯାଉଛି। ଏହାସହ କିଛି ସ୍ୱତନ୍ତ୍ର ମିଠା ଓ ଖୁଆ ମଧ୍ୟ ଅର୍ପଣ କରାଯାଉଛି।
ମଥୁରାର ଦ୍ୱାରିକାଧୀଶଙ୍କ ମନ୍ଦିରରେ ପ୍ରଭୁଙ୍କୁ ଶୀତ ବସ୍ତ୍ର, ସୂତା ବଣ୍ଡଲ, ସୂତା କୁର୍ତ୍ତା ସହିତ ପ୍ରଭୁଙ୍କ ନିକଟରେ ପରଦା ମଧ୍ୟ ଲଗାଯାଇଛି। ସେବାୟତଙ୍କ ମତାନୁଯାୟୀ, ପ୍ରଭୁଙ୍କୁ ଥଣ୍ଡା ଅନୁଭବ ନହେବା ପାଇଁ ତାଙ୍କୁ ଗରମ ଖିର ଓ ଶୁଖିଲା ଫଳ ମଧ୍ୟ ଅର୍ପଣ କରାଯାଉଛି।
କାର୍ତ୍ତିକ ପୂର୍ଣ୍ଣମା ପରେ ଠାକୁରଙ୍କୁ ଉଷୁମ ଖିର ଓ ସୁଜି ହାଲୱା ଭୋଗ ଭାବେ ଅର୍ପଣ କରାଯିବା ଆରମ୍ଭ ହୋଇଥାଏ।
ମଥୁରାର ମା’ ଚାମୁଣ୍ଡାଙ୍କ ମନ୍ଦିର, ସିଦ୍ଧ ବିନାୟକ ମନ୍ଦିର, ରାଧା ମୋହନ ମନ୍ଦିର ଗୋପୀନାଥ ମନ୍ଦିର, ବିରଲା ମନ୍ଦିର, ରଙ୍ଗେଶ୍ୱର ମନ୍ଦିର, ରାଧାକୃଷ୍ଣ ମନ୍ଦିରରେ ପ୍ରଭୁଙ୍କୁ ଶୀତରୁ ରକ୍ଷା ପାଇଁ ବିଭିନ୍ନ ଶୀତ ବସ୍ତ୍ର ପିନ୍ଧାଯାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories