www.samajalive.in
Tuesday, December 9, 2025
17.1 C
Bhubaneswar

ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୀମାନ୍ତ ଅଞ୍ଚଳ ପରିଦର୍ଶନ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟ ସୀମା ବିବାଦ ଥମିବାରେ ନା ଧରୁ ନ ଥିବାବେଳେ ଶନିବାର ଦକ୍ଷିଣାଞ୍ଚଳ ଆରଡିସି ଏନଜିନ ଆପାଙ୍ଗ ଆଓ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ଫେରିଥିବା ଜଣାଯାଇଛି।

ବ୍ଲକ ସଦର ମହକୁମାରୁ ଉକ୍ତ ପଞ୍ଚାୟତର ସୁନାବେଡା ଗ୍ରାମ ୨୫କିଲୋମିଟର ଦୂରତା ରହିଥିବାବେଳେ ଆନ୍ଧ୍ରର ବିଶାଖାପାଟଣା ଜିଲା ଅନ୍ତର୍ଗତ ଡୁମୁରିଗୁଡା ବ୍ଲକର ବିଟ୍ରୁଗାଣ୍ଡା, କର୍ଲାପୁଟ, ଡେକାପାର, ବଡ଼ଲାମ୍ବଗୁଡା ଓ ନିଟାଆମ୍ବ ପ୍ରମୁଖ ୫ଖଣ୍ଡ ଗ୍ରାମବାସୀ କୋରାପୁଟ ଜିଲା ପ୍ରଶାସନକୁ ବେଖାତିର କରି ସୁନାବେଡ଼ା ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ ଭୟଭୀତ କରାଇ ଦିନକୁ ଦିନ ସୀମା ମାଡ଼ି ଚାଲୁଥିବା ଅଭିଯୋଗ ହୋଇଆସୁଛି। ଦୁଇରାଜ୍ୟର ଉପରୋକ୍ତ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୦ଦିନ ଧରି ଲାଗି ରହିଥିବା ବିବାଦକୁ ନେଇ ଜିଲା ପ୍ରଶାସନ ତିନି ଥର ସୀମାନ୍ତ ଅଞ୍ଚଳରେ ପହଞ୍ଚି ପାରିପାର୍ଶ୍ବିକସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ମଧ୍ୟ ସୁନାବେଡ଼ା ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି।

- Advertisement -

ଘଟଣାସ୍ଥଳରୁ ବ୍ଲକର ଅନ୍ୟତମ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଅଭିମୁଖେ ଯାଇଥିଲେ ସମସ୍ତ ପ୍ରଶାସନିକ ଅଧିକାରୀ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ଏହି ଗସ୍ତକୁ ଗ୍ରାମବାସୀ ନାପସନ୍ଦ କରିଥିବା ବେଳେ ସମ୍ବାଇ ପଞ୍ଚାୟତର ସରପଞ୍ଚ ପିଲକ ଗୁଣ୍ଠା ଉକ୍ତ ଅଧିକାରୀ ଜଣକ ପଞ୍ଚାୟତର ସରପଞ୍ଚଙ୍କ ସହ ସୀମା ବିବାଦ ସମ୍ପର୍କରେ କୌଣସି ଆଲୋଚନା ନ କରି ଫେରିଯିବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି। ସୀମା ବିବାଦସ୍ଥଳରେ ଏକ ପୁଲିସ କ୍ୟାମ୍ପ କରିବାକୁ ସେ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories