www.samajalive.in
Sunday, December 14, 2025
17.1 C
Bhubaneswar

କୁଆଡ଼େ ଗଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ?

ଭୁବନେଶ୍ଵର: ବଲିଉଡ ତଥା ଓଡ଼ିଆ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ବିତିଲାଣି ୨ ବର୍ଷ। ପୁଲିସ ସୌରିନଙ୍କ ବିରୋଧରେ ଚାର୍ଜସିଟ ଦଖଲ କରି ସାରିଥିବାବେଳେ ଏଯାଏଁତାଙ୍କୁ ଗିରଫ କରିନାହିଁ। ଇତି ମଧ୍ୟରେ କଟକରେ ପାଞ୍ଚ ପାଞ୍ଚ ଜଣ ଡିସିପି ବଦଳି ସାରିଲେଣି, କିନ୍ତୁ ଧରାପଡ଼ିଲେନି ସୌରିନ। ଦୁଇ ବର୍ଷରେ କଟକ ସହରରେ ବଦଳିଲେଣି ପାଞ୍ଚ ପାଞ୍ଚ ଜଣ ଡିସିପି। ହେଲେ ଦୁଷ୍କର୍ମ ଅଭିଯୋଗରେ ଫେରାର କଣ୍ଠଶିଳ୍ପୀ ସୌରିନଙ୍କୁ ଗିରଫ କରିବାରେ ଫେଲ୍ କମିଶନରେଟ ପୁଲିସ।

ତେବେ ପ୍ରଶ୍ନ ଉଠୁଛି କାହିଁକି କଣ୍ଠଶିଳ୍ପୀ ସୌରିନଙ୍କୁ ଗିରଫ କରିନାହିଁ କମିଶନରେଟ ପୁଲିସ। ଏ ଘଟଣାରେ କୋର୍ଟରେ ଚାର୍ଜସିଟ ଦାଖଲ କରିବାପରେ ମଧ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୁଲିସ। ୨୦୨୩ ମସିହା ଜୁନ ୧୨ରେ ସୌରିନଙ୍କ ବିରୋଧରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ୨୩ ଜୁନ, ୨୦୨୩ରେ ସୌରିନଙ୍କ କଲକାତା ଘରେ ଚଢାଉ କରିଥିଲା ପୁଲିସ।

- Advertisement -

ସୌରିନ ଘରେ ନଥାଇ ଫେରାର ଥିବାରୁ ପୁଲିସ ଫେରି ଆସିଥିଲା। କିନ୍ତୁ ଗିରଫଦାରୀକୁ ଏଡ଼ାଇବା ପାଇଁ ସୌରିନ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ। ୧୧ ସେପ୍ଟେମ୍ବର ୨୦୨୩ରେ ସୌରିନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା। ସୌରିନଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଥିଲା। ୫ ଅକ୍ଟୋବର ୨୦୨୩ରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories