www.samajalive.in
Saturday, December 6, 2025
14.1 C
Bhubaneswar

ହସ୍ପିଟାଲରୁ ବାହାରିଲେ ଦାଦା

କଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ ହୃଦଘାତ ଯୋଗୁ ସୌରଭଙ୍କୁ କଲକାତାସ୍ଥିତ ଉଡ୍‌ଲାଣ୍ଡ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରୁ ବାହାରିବା ପରେ ସୌରଭ ଗଣମାଧ୍ୟମକୁ କହିଥିଲେ ଯେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ଚିକିତ୍ସା କରିଥିବା ସମସ୍ତ ଡାକ୍ତରଙ୍କୁ ଦାଦା ଧନ୍ୟବାଦ ଜଣାଇଥିଲେ। ଏହା ପୂର୍ବରୁ ଗତ ୬ ତାରିଖରେ ସୌରଭଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଥିଲା। କିନ୍ତୁ ସେ ଆଉ ଗୋଟିଏ ଦିନ ହସ୍ପିଟାଲରେ ରହିବାକୁ ଚାହିଁଥିଲେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ବୋଲି ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି।

- Advertisement -

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୌରଭ ଠିକ୍‌ ଅଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ। ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିଛନ୍ତି। ଘରକୁ ଫେରିବା ପରେ ବି ସେ ଡାକ୍ତରଙ୍କ ସହିତ  ସମ୍ପର୍କରେ ରହିବେ। ସୂଚନାଯୋଗ୍ୟ, ଗତ ଶନିବାର ୪୮ ବର୍ଷୀୟ ସୌରଭ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଯୋଗୁ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଦୁଇ ସପ୍ତାହ ପରେ ଆଉ ଏକ ଆଞ୍ଜିଓପ୍ଲାଷ୍ଟି ହେବ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories